ବାପାଙ୍କ ମୃତ୍ୟୁର ୨ ସପ୍ତାହ ପରେ ଆଖି ବୁଜିଲା ପୁଅ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ବାରିପଦା: ବାପାଙ୍କ ମୃତ୍ୟୁର ୨ ସପ୍ତାହ ପରେ ପୁଅର ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ବାରିପଦା ସହର ଦେଉଳସାହିରେ। ଶ୍ରୀଶ୍ରୀ ହରିବଳଦେବଜିଉ ବିଜେ ମନ୍ଦିରର ମହାସୁଆର ତଥା ଲକ୍ଷ୍ମଣ ବାଲାଜୀ ମହାପ୍ରଭୁଙ୍କ ପୂଜାପଣ୍ଡା ସୁବଳ ଲୋଚନ ଦେଓଘାରିଆଙ୍କର ଗତ ୨୨ ତାରିଖରେ ମୃତ୍ୟୁ ହୋଇଥିଲା।

ଆର୍ଥିକ ଅଭାବରୁ ମାନସିକ ଦୁଶ୍ଚିନ୍ତାରେ ଥିବା ସୁବଳ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖି ନଥିବା ବେଳେ ଆଜି ସୁବଳଙ୍କ ସାନପୁଅ ଅଭିଜିତଙ୍କ ମୃତ୍ୟୁ ହୋଇଛି। ଦେହ ଖରାପ ହେବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe