representational immage - Educalingo
ଦେବଗଡ଼: ଜିଲ୍ଲାର ୪ଟି ହାଇସ୍କୁଲକୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ତେବେ ବାରକୋଟ ବ୍ଲକର କାଦୋପଡ଼ା ପଞ୍ଚାୟତ ହାଇସ୍କୁଲ, ଦନ୍ତାରିବାହାଲ ହାଇସ୍କୁଲ, ରିଆମାଳ ବ୍ଲକର ନୂଆଡ଼ିହି ଗ୍ରାମସ୍ଥିତ ପଞ୍ଚପାଲି ହାଇସ୍କୁଲ, ତିଲେଇବଣି ବ୍ଲକର ଲଇମୁରା ଜନତା ହାଇସ୍କୁଲରେ ଯୁକ୍ତ ୨ ଶ୍ରେଣୀ କଳା ବିଭାଗ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଠାରେ ସୂଚନାଯୋଗ୍ୟ, ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କଲେଜ ନଥିବା ସ୍ଥାନରେ କିମ୍ବା କଲେଜର ଦୂରତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ୪ଟି ହାଇସ୍କୁଲରେ ଯୁକ୍ତ ୨ ଶ୍ରେଣୀ ଖୋଲିବା ପାଇଁ ପଦକ୍ଷେପ ନେଇଛନ୍ତି। ଆଗାମୀ ଶିକ୍ଷା ବର୍ଷ ଠାରୁ ଉକ୍ତ ବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀ ପାଇଁ ନାମ ଲେଖା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଯାହା ଫଳରେ ଉକ୍ତ ଅଞ୍ଚଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Follow Us