ଭୁବନେଶ୍ବର: ରାଜ୍ୟରେ କୋଭିଡ୍ରେ ଜଣେ ୨ବର୍ଷର ଶିଶୁ ପ୍ରାଣ ହରାଇଛି। ଭଦ୍ରକ ଜିଲ୍ଲାର ଏହି ଶିଶୁଟି ସିଜର ରୋଗରେ ଆକ୍ରାନ୍ତ ଥିଲା। ନିର୍ଦ୍ଦିଷ୍ଟ ଭାବେ କେବେ ମୃତ୍ୟୁ ହୋଇଛି ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଏହାକୁ ମିଶାଇ ଚଳିତ ଲହରରେ ରାଜ୍ୟରେ ୧୧ଜଣଙ୍କ କୋଭିଡ୍ରେ ମୃତ୍ୟୁ ହେଲାଣି। ଏବେ ବି ରାଜ୍ୟରେ ୩୪୮୫ କୋଭିଡ ଚିକିତ୍ସାଧୀନ ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।
ଦେଶରେ କୋଭିଡ ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ଦ୍ବିତୀୟରେ ରହିଛି। ୬ହଜାରରୁ ଅଧିକ ଆକ୍ରାନ୍ତ ସହତ କେରଳ ଶୀର୍ଷରେ ରହିଛି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) କୋଭିଡ୍ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ତାଲିକାରୁ ବାଦ୍ ଦେଇଛି। ମାତ୍ର ନୂଆ ପ୍ରଜାତିର ଭୟ ଥିବାରୁ କୋଭିଡ ଯୁଦ୍ଧ ଶେଷ ହୋଇନାହିଁ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଦୈନିକ ସଂକ୍ରମଣ ୫ଶହରୁ ଖସି ଆସିଛି ତଥାପି ୩ଶହ ଉପରେ ଜାରି ରହିଛି। ରାଜ୍ୟରେ ଆଉ ୨୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Follow Us