ସଂପର୍କୀୟଙ୍କ ଘରୁ ଫେରୁଥିଲେ ଦୁଇ ଯୁବକ, ବାଡ଼ୁଳି ଛକ ନିକଟରେ ଜଗିଥିଲା ଯମ

Advertisment
ସଂପର୍କୀୟଙ୍କ ଘରୁ ଫେରୁଥିଲେ ଦୁଇ ଯୁବକ, ବାଡ଼ୁଳି ଛକ ନିକଟରେ ଜଗିଥିଲା ଯମ

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଡୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋର ଥାନା ବାଳଙ୍ଗ ଗ୍ରାମର ରଶ୍ମିରଞ୍ଜନ ଧଳ(୨୭) ଓ ଶିରାପୁର ଗ୍ରାମର ସତ୍ୟଜିତ ନାୟକ(୧୮) ଏକ ସଂପର୍କୀୟଙ୍କ ଘରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ସିମୁଳିଆ ଥାନା ବାଡ଼ୁଳି ଛକ ନିକଟରେ ଏକ କାର(ଓଡି୦୧ଏଜି-୯୨୯୨) ତାଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ରଶ୍ମିରଞ୍ଜନ ଧଳଙ୍କ ମୃତ୍ୟୁ ହୋଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe