ଅନୈତିକ ସମ୍ପର୍କ ଧରାପଡ଼ିବାରୁ ଛେଚା ଖାଇଲେ ୨ ଯୁବକ

ଅନୈତିକ ସମ୍ପର୍କ ଧରାପଡ଼ିବାରୁ ଛେଚା ଖାଇଲେ ୨ ଯୁବକ

Times of India

ବାମରା : ଗତ ଦୁଇଦିନ ତଳେ ଜବତ ହୋଇଥିବା ବାମରା ହରିପଡ଼ା ଅଞ୍ଚଳର ଦୁଇଜଣ ଯୁବକଙ୍କ ମୋବାଇଲ ଓ ବାଇକକୁ ବୁଧବାର ସାହାସପୁର ଫାଣ୍ଡି ପୁଲିସ ସେମାନଙ୍କୁ ଡକାଇ ହସ୍ତାନ୍ତର କରିଛି। ପ୍ରକାଶ ଯେ, ସମ୍ପୃକ୍ତ ୨ ଯୁବକ ସାହାସପୁର ଅଞ୍ଚଳର ଏକ କ୍ଷେତରେ ସ୍ଥାନୀୟ ଜଣେ ମହିଳାଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଧରା ପଡ଼ିଥିଲେ।

ଗ୍ରାମବାସୀମାନେ ଉକ୍ତ ଯୁବକ ଦ୍ୱୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏହା ସହିତ ତାଙ୍କର ବାଇକ ଓ ମୋବାଇଲ ଛଡ଼ାଇ ସାହାସପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଉକ୍ତ ଯୁବକ ଦ୍ବୟ ମଉକା ଦେଖି ଦୌଡ଼ି ଫେରାର ହୋଇ ଯାଇଥିଲେ। ଏ ବିଷୟରେ ଖବର ପାଇ ସାହାସପୁର ଫାଣ୍ଡି ପୁଲିସ ବୁଧବାର ଉକ୍ତ ଯୁବକଙ୍କୁ ଡକାଇ ପଚରାଉଚୁରା କରିଥିବାବେଳେ, କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବାରୁ ମୋବାଇଲ ଓ ବାଇକ ହସ୍ତାନ୍ତର କରି ଚୁକ୍ତିନାମା ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe