ଅଲମ୍ପିକ ପାଇଁ ‘ସାଇ’ ଗଠନ କରିଥିବା କୋର ଆଥଲେଟିକ୍ସ ଗ୍ରୁପରେ ଦୂତି ଚାନ୍ଦ

ଅଲମ୍ପିକ ପାଇଁ ‘ସାଇ’ ଗଠନ  କରିଥିବା କୋର ଆଥଲେଟିକ୍ସ ଗ୍ରୁପରେ  ଦୂତି ଚାନ୍ଦ

The Tribune India

ଭୁବନେଶ୍ବର: ଆଗାମୀ ଅଲମ୍ପିକ ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୋର ଆଥଲେଟିକ ଗ୍ରୁପ ଗଠନ ନେଇ ଘୋଷଣା କରାଯାଇଛି। ଏହି ଗ୍ରୁପରେ ୮ଜଣ କ୍ରୀଡ଼ାବିିତ ଥିବା ବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାର ଧାବିକା ଦୁତି ଚାନ୍ଦ ରହିଛନ୍ତି । ପ୍ରାଧିକରଣର ‘କୋର ଗ୍ରୁପ୍ ଅଫ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ ରେ ଦୁତିଙ୍କ ସହ ୬ଟି ବିଭାଗର ୨୦ଜଣ କ୍ରୀଡାବିତଙ୍କ ନାଁ ଏହି ସ୍କିମରେ ସାମିଲ କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟର ଜଣାଶୁଣା କ୍ରୀଡାବିତଙ୍କ ନାଁ ଏଥିରେ ଥିବା ଦେଖାଯାଇଛି।

Image pib

ତେବେ ଅଲମ୍ପିକ ପାଇଁ ଚୟନ ହୋଇଥିବା କୋର ଆଥଲେଟିକ ଗ୍ରୁପରେ ଓଡ଼ିଶାରୁ ଦୁତି ଚାନ୍ଦଙ୍କ ସହ ଉତ୍ତରପ୍ରଦେଶରୁ ଶିବପାଲ ସିଂହ, ଅନୁ ରାଣୀ, କେରଳର କେଟି ଇରଫାନ, ତାମିଲନାଡୁୁର ଆରୋକିଆ ରାଜୀବ, କେରଳର ନୋଆ ନିରମଲ ଟମ୍, ଆଲେକ୍ସ ଆନ୍ଥୋନି ଏବଂ କର୍ଣ୍ଣାଟକରୁ ଏମଆର ପୋଭାମ୍ମା ରହିଛନ୍ତି।

Image pib

ସେହିଭଳି କୋର ପାରା ବ୍ୟାଡମିଣ୍ଟନ ପାଇଁ ଗୁଜୁରାଟର ପାରୁଲ କୁମାର ଏବଂ ପଞ୍ଜାବର ପଲକ କୋହଲୀ, ପାରା ଟେବୁଲ ଟେନିସ ପାଇଁ ଗୁଜୁରାଟର ଭବିନା ପଟେଲ, ପାରା ସୁଟିିଂ ପାଇଁ ମଧ୍ୟପ୍ରଦେଶର ରୁବିନା ଫ୍ରାନ୍ସିସ୍ ଏବଂ କେରଳର ସିଦ୍ଧାର୍ଥ ବାବୁ, କୋର ବକ୍ସିଂ ପାଇଁ ହିମାଚଳପ୍ରଦେଶର ଆଶିଷ କୁମାର, ଉତ୍ତରପ୍ରଦେଶର ସତିଶ କୁମାର, ପଞ୍ଜାବର ସିମରନଜିତ୍ କୌର ଏବଂ ହରିୟାଣାର ପୂଜା ରାଣୀ, ପାରା ଆଥଲେଟିକ୍ସ ପାଇଁ ହରିୟାଣାର ବିନୋଦ କୁମାର, ଉତ୍ତରପ୍ରରଦେଶର ପରବୀନ କୁମାର ଏବଂ ଗୁଜୁରାଟର ଅଜିତ କୁମାର ପଞ୍ଚାଲଙ୍କ  ନାଁ ସାମିଲ କରାଯାଇଛି।

Image pib

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe