୨୦ ବ୍ରିଟେନ୍‌ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

Advertisment
୧୪୧ ବ୍ରିଟେନ୍‌ ଫେରାନ୍ତଙ୍କ ନମୁନା ସଂଗ୍ରହ

Telegraph India

କଟକ : କଟକକୁ ଏଯାଏ ବ୍ରିଟେନ୍‌ରୁ ଫେରିଲେଣି ୨୦ଜଣ। ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ସହକାରୀ ଜିଲ୍ଲାପାଳ ଅଳକାରାଣୀ ଦେବତା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ କଟକକୁ ଡିସେମ୍ବର ୧୦ ତାରିଖ ଭିତରେ ଫେରିଛନ୍ତି ୨୦ ଜଣ। ସେମାନଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳକୁ ୧୯ ଜଣ ଆସିଥିବାବେଳେ ଜଣେ ଚୌଦ୍ବାର ଅଂଚଳର ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ସିଡିଏ, ଭୟରପୁର, ମହାନଦୀବିହାର ଓ ଖାନ୍‌ନଗରର ୪ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ଗତକାଲି ଅନ୍ୟ ୧୬ଜଣଙ୍କ ଆରଟିପିସିଆର୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

ଅନ୍ୟପଟେ କଟକରେ ଗଲା ୫ଦିନ ଭିତରେ ଗ୍ରାମାଞ୍ଚଳର ୩ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ବ୍ୟାପକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe