ପୋଲିଓ ବୁନ୍ଦା ନେଇଥିବା ୨୦ ଦିନର ଶିଶୁର ମୃତ

ଏମିତି ଏକ ଗାଁ, ଯେଉଁଠି ଶହେବର୍ଷ ହେବ କେହି ନେଇନାହାନ୍ତି ଟିକା

Times of India

ରାଜନଗର : କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳରେ ଗତକାଲି ପୋଲିଓ ନେବା ପରେ ୨୦ ଦିନର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ବଳରାମପୁର ଗାଁର ରଞ୍ଜନ ମଳିକଙ୍କ ପୁଅ ଗତକାଲି ଗାଁର ପୋଲିଓ ବୁଥରେ ପୋଲିଓ ବୁନ୍ଦା ଖାଇଥିଲେ। ପୂର୍ବରୁ ତାକୁ ଥଣ୍ଡା ହୋଇଥିଲା ଓ ଦେହ ଅସୁସ୍ଥ ଥିଲା। ପୋଲିଓ ବୁନ୍ଦା ଖାଇ ସାରିବା ପରେ ଘରେ ଶୋଇଥିଲା। ଦିନ ପ୍ରାୟ ୨ଟା ବେଳେ ଡାକିବାରୁ ସେ ଆଉ ଉଠି ନ ଥିଲା। ତାକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଶିଶୁପୁତ୍ରର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ଖୋଜିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe