ଭୁବନେଶ୍ୱରରେ ଛୁଆ ବିକ୍ରି ଘଟଣାର ଗୁମର ଫିଟିଲା: କିଣିଥିଲେ ଇନଫୋସିସ୍‌ ଇଂଜିନିୟର

କୋଭିଡ୍‌ ମହାମାରୀ ଆଣିଛି ସକାରାତ୍ମକ ପରିବର୍ତ୍ତନ: ସନ୍ତାନମାନଙ୍କ ଯତ୍ନ ନେବାରେ ପୁରୁଷମାନଙ୍କ ସହଭାଗିତା ବୃଦ୍ଧି

Oneindia

ଭୁବନେଶ୍ୱର: ରାଜଧାନୀରେ ଛୁଆ ବିକ୍ରି ଘଟଣାର ସମ୍ପୃକ୍ତି ଥିବା ୪ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗିରଫ ୪ଜଣଙ୍କ ଭିତରେ ଜଣେ ଇନଫୋସିସର ଇଞ୍ଜିନିୟର ସାମିଲ ଅଛନ୍ତି, ଯିଏ କି ଛୁଆଟିକୁ କିଣିଥିବା ଅଭିଯୋଗ ହୋଇଥିଲା। ଏହି ଛୁଆ ବିକ୍ରି ଘଟଣାରେ ୧୦ ହଜାର ଟଙ୍କାର କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି । ୧୫ଦିନ ପରେ ୨୦ଦିନର ଛୁଆଟି ଉଦ୍ଧାର ହେବା ପରେ ଏବେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମାତ୍ର ୧୦ହଜାର ଟଙ୍କାରେ ଇନଫୋସିସରେ ଚାକିରି କରୁଥିବା ପ୍ରଶାନ୍ତ ଗୋଚ୍ଛାୟାତ ଛୁଆକୁ କିଣିଥିବାର ଅଭିଯୋଗ ହୋଇଥିଲା। ଛୁଆକୁ କିଣିବା ପରେ ୧୫ଦିନ ପ୍ରଶାନ୍ତ ନିଜ ପାଖରେ ରଖିଥିଲେ। ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ସହିତ ଛୁଆକୁ ଉଦ୍ଧାର କରିଛି । ତେବେ ଟଙ୍କା କାରବାର କଥାକୁ ପ୍ରଶାନ୍ତ ଅସ୍ୱୀକାର କରିଛନ୍ତି। ଛୁଆର ପରିବାର ଲୋକଙ୍କ ଠାରୁ ପ୍ରଶାନ୍ତଙ୍କ ଫୋନ ନମ୍ବର ପାଇବା ପରେ ପୁଲିସ ଏହି ନମ୍ବରକୁ ଟ୍ରେସ କରି ତାଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।

Image result for 20-day-old-baby-sold-for-rs-10000

ଛୁଆ କିଣାବିକା ଘଟଣାରେ ୨ଜଣ ଦଲାଲ ସାମିଲ ରହିଥିଲେ। ଜଣେ ଉଚ୍ଚ ଶିକ୍ଷିତ ଦଲାଲ ଏବଂ ଅନ୍ୟ ଜଣେ ଭରତପୁର ବସ୍ତିର ଜଣେ ମହିଳା ଥିବା ଜଣାପଡ଼ିଛି। ଦଲାଲ ମାନସ ମହାପାତ୍ରଙ୍କ କହିବା ମୁତାବକ, ପ୍ରଶାନ୍ତ ହେଉଛନ୍ତି ତାଙ୍କର ବନ୍ଧୁ । ଆଉ ବିକ୍ରି କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କର ଜଣେ କ୍ଲାଏଂଟ । ପ୍ରଶାନ୍ତଙ୍କ ଛୁଆ ହେଉ ନଥିବାରୁ ସେ ଏହି ଛୁଆଟିକୁ ପାଳିବାକୁ ନେଇଥିଲେ । ଏହି ଛୁଆ ବିକ୍ରି ମାମଲାରେ ପୁଲିସ ୨ ଦଲାଲ, କିଣିଥିବା ବ୍ୟକ୍ତି ଏବଂ ଛୁଆର ବାପାଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରିଛି । ସେପଟେ ଛୁଆର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe