ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ରାତ୍ର ଭୋଜନ ପରେ ସମସ୍ତଙ୍କ ପେଟ ମୋଡ଼ିହେବା ଦରଜ ଏବଂ ଝାଡାବାନ୍ତି ହୋଇଥିବା ଅଭିଯୋଗ। ଗତ ରାତି ଦେହ ଅସୁସ୍ଥ ହେଲା ପରେ ସମସ୍ତ ଛାତ୍ରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖରାପ ଖାଦ୍ୟ ଯୋଗୁଁ ଛାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡି ଥିବା ଅଭିଯୋଗ ହେଉଛି।
ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ
Advertisment
Follow Us