୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସୋନପୁର ଅବକାରୀ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦ କେଜି ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ୨ ଯୁବକ ଏକ ବାଇକରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଦିଗରୁ ଗବଜୋର ବୈଦ୍ୟନାଥ ସେତୁ ପାରିହୋଇ ବରଗଡ଼ ଜିଲ୍ଲାକୁ ଗଞ୍ଜେଇ ନେଇ ଯାଉଥିଲେ। ସୋନପୁର ଅବକାରୀ ବିଭାଗ ପକ୍ଷରୁ ବଲାଙ୍ଗୀର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲିଠାରେ ଚଢ଼ାଉ ସମୟରେ ଦୁହେଁ ଧରା ପଡ଼ିଥିଲେ। ଯାଞ୍ଚ ସମୟରେ ବାଇକରେ ଥିବା ଏକ ବସ୍ତାରୁ ୨୦ କେଜି ଗଞ୍ଜେଇ ବାହାରିଥିଲା।

ଗଞ୍ଜେଇ ଏବଂ ବାଇକକୁ ଅବକାରୀ ବିଭାଗ ଜବତ କରିଛି। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ମହଲେଇ ଗ୍ରାମର କଳାକାହ୍ନୁ ପଟେଲ(୪୨) ଏବଂ ରୁଷୁଡ଼ା ଗ୍ରାମର ଅରୁଣ ଦାଶ(୩୩)। ଦୁହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଏସପି ସୁମତି ତ୍ରିପାଠୀଙ୍କ ନେତୃତ୍ବରେ ଏହି ଚଢ଼ାଉରେ ଅବାକରୀ ଇନ୍ସପେକ୍ଟର ପ୍ରକାଶ ସା, ଏସଆଇ ବଳବୀର ଗଡ଼ନାୟକ, ଏଏସ୍‌ଆଇ ପୃଥ୍ବୀରାଜ କଅଁର, ଆକାଶ ସାହୁ ଓ ଗଣପତି ପଣ୍ଡା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe