୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ପୁରୀର ୩ ଯୁବକ ଗିରଫ

Advertisment

ଖସିଗଲା କୁଖ୍ୟାତ ନିଶା ବେପାରୀ ସପୁ, କାର ସହ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଜବତ

ଖସିଗଲା କୁଖ୍ୟାତ ନିଶା ବେପାରୀ ସପୁ, କାର ସହ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଜବତ

୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ପୁରୀର ୩ ଯୁବକ ଗିରଫ

ଜଳେଶ୍ବର: କୁଆଡୁ ଏତେ ଆସୁଛି ଧଳାଜହର? ଯେତେ ଯେତେ ଧରାହେଉଛି ନୂଆ ସେତେ ପହଞ୍ଚି ଯାଉଛି। ଜଳେଶ୍ୱର ପୁଲିସ ଆଜି ଭୋର ସମୟରେ ସେକ୍‌ସରାଇ ଛକରେ ଚଢ଼ଉ କରି ଶହେ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରିଛି। ଧରାପଡ଼ିଥିବା ନିଶା ବେପାରୀମାନେ ପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଚଢ଼ଉ ସମୟରେ ଜଳେଶ୍ବର ଅଞ୍ଚଳର କୁଖ୍ୟାତ ନିଶା ବେପାରୀ ସପୁ ଓରଫ ସେକ୍‌ ସଫିରୁଦ୍ଦିନ (୩୬) ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇବାରେ ସକ୍ଷମ ହୋଇଛି। ସପୁ ଏବେ ଜଳେଶ୍ବରରେ ବ୍ରାଉନ୍‌ସୁଗାର ବେପାରର ମାଷ୍ଟରମାଇଣ୍ଡ୍‌। ସପୁର ଦୁଇ ଭାଇ ମଧ୍ୟ ପୂର୍ବରୁ ଧଳାଜହର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଛନ୍ତି। ଧଳାଜହର ବେପାରରୁ ସପୁ ପ୍ରଚୁର ଟଙ୍କା ଆୟ କରୁଥିବା ବେଳେ ପଶ୍ଚିମବାଡ଼, ରାଜପୁର ଆଦି ସ୍ଥାନରେ ତା ନାଁରେ ବହୁ ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଥିବା କୁହାଯାଉଛି।

ସୂଚନା ମୁତାବକ ଜଳେଶ୍ବରରୁ ଏକ ଇଣ୍ଡିଗୋ କାର (ଓଆର୍‌ ୦୨ ବିଟି ୯୧୬୧) ଯୋଗେ ପୁରୀକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଏହି ଆଧାରରେ ପୁଲିସ ସେକ୍‌ସରାଇ ଛକ ନିକଟରେ ଆଜି ଭୋର ସମୟରେ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାବେଳେ ଶହେ ଗ୍ରାମ ବ୍ରାଉନ୍‌ସୁଗାର ସହ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଏହି ଘଟଣାରେ କାରରେ ଥିବା ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ନରେନ୍ଦ୍ରକଣର ଶ୍ରୀଧର ନାୟକ (୩୦), ଲିଟୁ ଦୋରା (୨୯) ଓ ଦେବାଶିଷ ମହାନ୍ତି ଓରଫ ଅଜୁ (୩୦)କୁ ପୁଲିସ ଗିରଫ କରିଛି। ସେମାନେ ବ୍ୟବହାର କରୁଥିବା କାରକୁ ପୁଲିସ ଜବତ କରିଥିବା ବେଳେ ଏହାର ମାଲିକ ବ୍ରଜମୋହନ ସୋରେନ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ନିଶାସେବନ ସହ ଅଭ୍ୟସ୍ତ ବୋଲି ପୁଲିସ କହିଛି। ଚଢ଼ଉରେ ଜଳେଶ୍ଵର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଧନେଶ୍ଵର ସାହୁ, ଏସ୍‌ଆଇ ନଗରଦୀପ ସେଠୀ, ଏଏସ୍‌ଆଇ ସତ୍ୟନାରାୟଣ ବଳ, ଦିଲ୍ଲୀପ ସାମଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe