୨୦ ଲକ୍ଷ ଟଙ୍କା ସାଇବର ଠକେଇ ମାମଲା, ଦୁଇ ଠକଙ୍କୁ ୫ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ବାରିପଦା: ଏକ ସାଇବର ଠକେଇ ମାମଲାର ବିଚାର କରି ବାରିପଦା ଜେଏମ୍‌ଏଫସି କୋର୍ଟ ‌୨ଜଣ ଠକଙ୍କୁ ୫ ବର୍ଷ ‌ଲେଖାଏ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅର୍ଥ ଅନାଦେୟ ଅଧିକ ୨ ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। ୨୦୧୮ ଅଗଷ୍ଟ ମାସରେ ଅଭିଯୋଗକାରୀ ତପନ କୁମାର ଦାସଙ୍କ ପାଖକୁ ଖ୍ରୀଷ୍ମ ଡସନ୍‌ ନାମକ ଜଣେ ବିଦେଶୀଙ୍କ ପାଖରୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ଶ୍ରୀ ଦାସ ଏହାକୁ ଗ୍ରହଣ କରିଥିଲେ। ତାପରେ ଡସନ ଜମି କିଣାବିକା ବ୍ୟବସାୟ କରିବାକୁ ଭାରତ ଆସୁଥିବା କଥା କହିଥିଲେ।

ଏହା ପରେ ଜଣେ ମହିଳା ଫୋନ୍‌ କରି ଶ୍ରୀ ଦାସଙ୍କୁ ବିଭିନ୍ନ କାରଣଦର୍ଶାଇ ଡସନଙ୍କୁ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲେ। ବଡ଼ ଲୋକ ହେବା ଆଶାରେ ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ଦାସ ଉକ୍ତ ଆକାଉଣ୍ଟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା କରିଥିଲେ। ଏହାପରେ ଆଉ କେହି ଫୋନ୍‌ ଧରିନଥିଲେ। ଠକାମୀର ଶିକାର ହୋଇଥିବା ଜାଣି ଶ୍ରୀ ଦାସ ଶେ‌ଷରେ କ୍ରାଇମ୍‌ବ୍ରାଞ୍ଚକୁ ଏ ନେଇ ଅବଗତ କରାଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରୁ ଦିଲ୍ଲୀରେ ଥିବା ଏକ ଠକ ସଂସ୍ଥା ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା। ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ଦିଲ୍ଲୀରେ ଚଢ଼ଉ କରି ବିହାରର ସଂଜୀବ କୁମାର ଓ ବିନୋଦ କୁମାର ସିଂଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe