‘ଆଇ ଆମ୍‌ ଓଡ଼ିଶା’ର ୨୦ ଲକ୍ଷ ଦର୍ଶକ

‘ଆଇ ଆମ୍‌ ଓଡ଼ିଶା’ର ୨୦ ଲକ୍ଷ ଦର୍ଶକ

ଭୁବନେଶ୍ବର : ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୧୮ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୮ତାରିଖରେ ମୁମ୍ବାଇରେ ଆରମ୍ଭ କରିଥିବା ‘ଆଇ ଆମ୍‌ ଓଡ଼ିଶା’ ଅଭିଯାନ ଗତ ୧୫ ତାରିଖରେ ସରିଛି। ଏହି ୧୦ ସପ୍ତାହ ସମୟ ମଧ୍ୟରେ ସୋସିଆଲ୍‌ ମିଡିଆରେ ପରିବ୍ୟାପ୍ତ କାର୍ଯ୍ୟକ୍ରମକୁ ବିଶ୍ବରୁ ପ୍ରାୟ ୨୦ ଲକ୍ଷ ଦର୍ଶକ ‌େଦଖିଥିବା ବେଳେ ୫ ଲକ୍ଷ ଲୋକ ପାଠ କରିଥିବା ଜଣାପଡ଼ିଛି। ଏହି ଅଭିଯାନ ଜରିଆରେ ସମଗ୍ର ବିଶ୍ବରୁ ଅନେକ ଓଡ଼ିଆ ଉଦ୍ୟୋଗୀ ସେମାନଙ୍କର ଅଭିନବ ଚିନ୍ତାପ୍ରସୂତ କାହାଣୀ ଦାଖଲ କରିଛନ୍ତି। ସେଥିମଧ୍ୟରୁ କିଛି କାହାଣୀକୁ ଚୟନ କରି ସଂପୃକ୍ତ ବ୍ୟକ୍ତିମାନଙ୍କୁ ନଭେମ୍ବର ମାସରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ସମ୍ବର୍ଧିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ‘ପ୍ରାଇଡ୍‌ ଅଫ୍‌ ଓଡ଼ିଶା’ ସମ୍ମାନରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିବା ଶିଳ୍ପ ବିଭାଗ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe