କର୍ଣ୍ଣାଟକରୁ ୨୦ଜଣ ଦାଦନ ଶ୍ରମିକ ଉଦ୍ଧାର

Advertisment
କର୍ଣ୍ଣାଟକରୁ ୨୦ଜଣ ଦାଦନ ଶ୍ରମିକ ଉଦ୍ଧାର

କୋରାପୁଟ : କର୍ଣ୍ଣାଟକର କୁଭେମ୍ବୁନଗରରୁ କୋରାପୁଟ ଜିଲ୍ଲା ପୁଲିସ ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଫେରାଇ ଆଣିଛି। ପଟ୍ଟାଙ୍ଗି ଥାନା ଜିଲାଗୁଣ୍ଠା ଗ୍ରାମର ୧୩ଜଣ ପୁରୁଷ ଓ ୭ ଜଣ ମହିଳା ଶ୍ରମିକ ଦଲାଲ କଥାରେ ପଡି ଅଧିକ ରୋଜଗାର କରିବାକୁ କୁଭେମ୍ବୁନଗରର ଏକ ନିର୍ମାଣ ସଂସ୍ଥାରେ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଦୈନିକ ୧୨ ଘଂଟା କାମ କରିବାକୁ ବାଧ୍ୟ କରାଯାଉଥିଲା। ପ୍ରତିବାଦ କଲେ ଓଲଟା ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିଲା।

ସୂଚନା ଅନୁଯାୟୀ, ଶ୍ରମିକ ଦଲାଲ୍ ଲିଙ୍ଗା ଖରା ଜିଲାଗୁଣ୍ଠା ଗ୍ରାମର ତାମେଲ ବାସୁ (୨୩), ତାମେଲ୍ ରାମେୟା (୨୫), ତାମେଲ୍ ବୁଦ୍ରା (୨୪), ତାମେଲ୍ ରାମ (୧୯), ତାମେଲ୍ ପିଉ (୨୧), ତାମେଲ୍ ମାଳି (୩୫), ତାମେଲ୍ ରେଲି (୪୦), ମାରି ନବୀନ (୨୦), ତାମେଲ୍ ବାଙ୍ଗାରୀ(୨୧)ଙ୍କ ସହ ୧୧ଜଣ ନାବାଳକ ଏବଂ ନାବାଳିକାଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ କର୍ଣାଟକର କୁଭେମ୍ବୁର ନଗର ନେଇ ଏକ ନିର୍ମାଣ ସଂସ୍ଥାରେ ସେମାନଙ୍କୁ ନିୟୋଜିତ କରିଥିଲା। ସମ୍ପୃକ୍ତ ସଂସ୍ଥା ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ନଦେଇ ଦିନକୁ ୧୨ ଘଂଟାରୁ ଅଧିକ ସମୟ କାମ କରାଉଥିବା ବେଳେ ପ୍ରତିବାଦ କଲେ ଶାରୀରିକ ନିର୍ଯ୍ୟାତନା ଦେଉଥିଲା।

ଏ ସମ୍ପର୍କରେ ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକର ସମ୍ପର୍କୀୟ ସୁକୁ ମାରି ଓ କ୍ରିଷ୍ଣା ହନ୍ତାଳ କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଡା. କେ.ଭି. ସିଂହଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କୁଭେମ୍ବୁନଗର ଯାଇ ସମସ୍ତ ଦାଦନଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରମିକ ଦଲାଲ ଲିଙ୍ଗା ଖରାକୁ ଗିରଫ କରିଥିବା ସୁନାବେଡା ଏସଡିପିଓ ନିରଂଜନ ବେହେରା ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe