ଉତ୍ପାତ କରୁଛି ହନୁ; ୨ ଶିଶୁ ସମେତ ୨୦ ଜଣ ଆହତ, ‌ଗ୍ରାମବାସୀ ଭୟଭୀତ

Advertisment
ଉତ୍ପାତ କରୁଛି ହନୁ; ୨ ଶିଶୁ ସମେତ ୨୦ ଜଣ ଆହତ, ‌ଗ୍ରାମବାସୀ ଭୟଭୀତ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସୋରିଶିଆ ପଦା ଗ୍ରାମପଞ୍ଚାୟତ ଅଧିନ ରାମେଇ ଗ୍ରାମରେ ଏକ ହନୁ ଦୀର୍ଘ ୧୫ ଦିନ ଧରି ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଯାହାକୁ ହେଲେ ଜଣକୁ ନିଶ୍ଚିତ ଭାବରେ ଆଘାତ କରୁଛି । ଏଥିରେ ପ୍ରାୟ ୧୫ ରୁ ୨୦ଜଣ ଆହତ ହୋଇଛନ୍ତି, ଯାହାକୁ ନେଇ ଗ୍ରାମରେ ଭାଲେଣି ପଡିଛି। ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଏକାକି ଯିବା-ଆସିବା ଭୟ କରୁଛନ୍ତି।

ହନୁ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉକ୍ତ ଗ୍ରାମର ମହେଶ୍ୱର ଭୋଇ, ମିଥୁନ ଭୋଇ, ନୁଖୁରି ଭୋଇ, ଭୀମଭୋଇଙ୍କ ସହିତ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ଦୁଇ ଜଣ ଛୋଟ ପିଲା ମଧ୍ୟ ଆଘାତ ପାଇଛନ୍ତି। ଉକ୍ତ ହନୁ ଯାହାକୁ ପାଇଲେ ତାକୁ ଏମିତି ଭାବେ ଆଘାତ କରୁଛି, ଯାହା ଫଳରେ ୧୦ ରୁ ୧୫ଟି ଷ୍ଟିଜ ନବାକୁ ପଡୁଛ। ଏହି ଘଟଣାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପର ପକ୍ଷରେ ବନବିଭାଗ ଉକ୍ତ ହନୁକୁ ସେଠାରୁ ଘଉଡାଇବା ପାଇଁ ଦୁଇଥର ଚେଷ୍ଟା କରି ବିଫଳ ହୋଇଛି। ତଥାପି ଗ୍ରାମବାସୀମାନେ ଉକ୍ତ ହନୁକୁ ସେଠାରୁ ତୁରନ୍ତୁ ସ୍ଥାନାନ୍ତର କରିବା ପାଇଁ ବନ ବିଭାଗ ପାଖରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe