representational immage - iStock
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର। ଏହାଛଡ଼ା କୋର୍ଟ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍। ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ପକ୍ଷରୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଘଟଗାଁ ଥାନା ଅଞ୍ଚଳର ମାନଗୋବିନ୍ଦ ମୁଣ୍ଡା (୫୮) ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଗାଁ ପୁଲିସ କେସ୍ ନମ୍ବର ୮୮ /୨୬/୦୭/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୬ଜଣ ସାକ୍ଷୀଙ୍କ ବୟାନ ସହ ପରେନସିକ୍ ରିପୋର୍ଟର ତଥ୍ୟକୁ ଆଧାର କରି ୫୦୬, ୩୭୬(୩), ୩୭୬(୨) (ଏନ), ୬ ପୋକ୍ସୋ ଆକ୍ଟରେ ଦୋଷୀକୁ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।
Follow Us