ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ‌୍

Advertisment
ବିବାହ ଜିଦ୍‌ରେ ମହିଳାଙ୍କୁ ଛୁରାମାଡ଼ ମାମଲା: ପ୍ରେମ ପାଗଳକୁ ୩ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସିପୁନ ମହାନାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌। ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।

୨୦୧୭ ନଭେମ୍ବର ୨୭ ତାରିଖରେ ତୁରୁମୁଙ୍ଗା ଥାନା କଣ୍ଟିଆପଡ଼‌ା ଗ୍ରାମର ଜଣେ ୯ବର୍ଷୀୟା ନାବାଳିକା ଘର ଆଗରେ ଖେଳୁଥିଲେ। ତାଙ୍କ ପରିବାରଲୋକ ବଜାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସେହି ଗ୍ରାମର ସିପୁନ (୩୦) ନାବାଳିକାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ଟେକି ନେଇ ଦୁ‌ଷ୍କର୍ମ କରିଥିଲା। କିଛି ସମୟ ପରେ ପରିବାର ଲୋକେ ଘରକୁ ଫେରି ନାବାଳିକାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲେ। ଘଟଣା ସମ୍ପର୍କରେ ନାବାଳିକା ପରିବାରଲୋକଙ୍କୁ ଜଣାଇବା ପରେ ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସିପୁନକୁ କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ସେ ଜେଲ୍‌ରେ ରହିଛି। ୧୮ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଉପ‌ରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା କରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe