ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

Advertisment
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

Hindustan Times

କେନ୍ଦୁଝର: କେନ୍ଦୁଝର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କେନ୍ଦୁଝର ସଦର ଥାନା ସାହାରପୁର ଖୁଣ୍ଟାକଟା ଗ୍ରାମର ଜଣେ ନାବାଳିକା ନୟାକୋଟ ଥାନା ରଙ୍ଗଡିହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଘରୁ ପ୍ରତିଦିନ ସ୍କୁଲ୍‌ ଯିବାଆସିବା କରିବା କଷ୍ଟକର ହେବାରୁ ବାପାଙ୍କ ସାଙ୍ଗ ଘର ରଙ୍ଗଡିହିରେ ରହୁଥିଲେ। ବାପାଙ୍କ ସାଙ୍ଗଙ୍କ ଗୋଟିଏ ବୋଲି ପୁଅ ଧନୁ ଦେହୁରୀ (୨୫) ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ଗର୍ଭପାତ କରିବାକୁ ଚାପ ପକାଇଥିଲା ଅଭିଯୁକ୍ତ।

ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳିକାଙ୍କ ବାପା ୨୦୧୮ ଜୁନ୍‌ ୧୭ରେ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍‌ ନମ୍ବର ୩୭/୨୦୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା। ଫାଷ୍ଟଟ୍ରାକ୍‌ କୋର୍ଟ ସ୍ପତନ୍ତ୍ର କେସ୍‌ ନମ୍ବର ୬୦/୨୦୧୮ରେ ବିଚାରପତି ୧୪ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଅଭିଯୁକ୍ତ ଧନୁକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍‌। ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ କୋର୍ଟ ନିର୍ଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe