ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି।

୨୦୧୮ ମସିହା ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ସଂପୃକ୍ତ ନାବାଳିକା (୧୬ ବର୍ଷ) ଟ୍ୟୁସନ୍‌ ସାରି ଏକା ଫେରୁଥିଲେ। ଏହିସମୟରେ ଉକ୍ତ ଗାଁର ମହେଶ୍ବର ଭୋଇ ନାବାଳିକାଙ୍କୁ ଏକ ଖଳାକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଟ୍ୟୁସନରୁ ଫେରିବାରେ ବିଳମ୍ବ ହେବାରୁ ନାବାଳିକାଙ୍କ ଜେଜେମା ଖୋଜାଖୋଜି କରି ତାଙ୍କୁ ପାଇଥିଲେ। ତା’ପରେ ସେ ତାଙ୍କୁ ଘଟଣା ବିଷୟରେ ଜଣାଇଥିଲା। ପରଦିନ ଏ ନେଇ ନାବାଳିକାଙ୍କ ଜେଜେମା ଧମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋକ୍‌ସୋ ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ପିକେ ଦାସ ସୋମବାର ଏହି ମାମଲାର ଶୁଣାଣି କରିବା ସହ ୨୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ମହେଶ୍ବରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ ଆଦେଶ ଦେଇଥିଲେ। ଏହା ସହ ୧୦ ହଜାର ଟଙ୍କା ଜରିମାନା ଓ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଓକିଲ ବସନ୍ତ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe