ନାବାଳିକା ଗଣଦୁଷ୍କର୍ମ ମାମଲା: ୨ ଜଣଙ୍କୁ ୨୦ବର୍ଷ କାରାଦଣ୍ଡ, ୫୦ ହଜାର ଜରିମାନା

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

କେନ୍ଦୁଝର: ଘଟଗାଁ ଥାନା ଅଞ୍ଚଳରେ ୨୦୧୭ ମସିହାରେ ଘଟି ଥିବା ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ମଙ୍ଗଳବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। କେନ୍ଦୁଝର ସ୍ୱତନ୍ତ୍ର କୋର୍ଟ ୨ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୭ ଏପ୍ରିଲ ୧୯ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଡ଼ଲଙ୍ଗପାଣି ଗାଁରେ ପାଲା ହେଉଥିଲା। ପାଲା ଦେଖିବାକୁ ଅନ୍ୟ ଲୋକଙ୍କ ସହ ଜଣେ ନାବାଳିକା ଆସିଥିଲେ। ନାବାଳିକାଙ୍କୁ ପରିସ୍ରା ଲାଗିବାରୁ ସେ ବାହାରକୁ ଯାଇଥିଲେ। ସୁଯୋଗ ଉଣ୍ଡି ପାଲା ଦେଖୁଥିବା ବରାଳ ନାଏକ, କେଦାର ନାଏକ ଏବଂ ଜଣେ ନାବାଳକ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରିଥିଲେ।

ପର ଦିନ ପିଡୀତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଘଟଗାଁ ପୁଲିସ ଥାନା ଏକ ମାମଲା ରୁଜ୍ଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ମାମଲାର ମଙ୍ଗଳବାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ଦୁଇ ମୁଖ୍ୟ ଅଭିଯୁକ୍ତ ବରାଳ ଏବଂ କେଦାରକୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମନା ଅନାଦେୟ ଅଧିକ ୧ ବର୍ଷ ଜେଲ ଆଦେଶ ଦେଇଛନ୍ତି। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପୋକ୍ସ କୋର୍ଟର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe