କଟକ ଦୁର୍ଗାପୂଜା: ଲାଗିବ ୨୦୦ ସିସିଟିଭି କ୍ୟାମେରା

Advertisment
କଟକ ଦୁର୍ଗାପୂଜା: ଲାଗିବ ୨୦୦ ସିସିଟିଭି କ୍ୟାମେରା

କଟକ: କଟକ ସହିଦଦ୍ଭବନ ଠାରେ କମିସନରେଟ ପୁଲିସ ତରଫରୁ ଆଜି ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ପୂଜ କମିଟି ସହିତ ଶାନ୍ତି କମିଟି ସଭାପତି ସମ୍ପାଦକଙ୍କ ସହିତ ପୁଲିସ କମିସନର ଯୋଗ ଦେଇ ଆସନ୍ତା ଦୁର୍ଗାପୂଜାକୁ ସରସ ସୁନ୍ଦର ଆଉ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ ବିଶଦ ଆଲୋଚନା କରାଯାଇଥିଲା । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମେଢ଼ମାନଙ୍କୁ ସମ୍ବର୍ଦ୍ଧିତ କରିବ କମିସନରେଟ ପୁଲିସ । ପ୍ରତେକ ପୂଜା ମଣ୍ଡପ ତରଫରୁ ନିଜ ନିଜ ଥାନା ସ୍ତରରେ ପୂଜା ନିମନ୍ତେ ଅନୁମତି ପାଇଁ ଆବେଦନ କରିପାରିବେ । ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁମତି ସମ୍ବନ୍ଧରେ ବିଚାର କରିବ କମିସନରେଟ ପୁଲିସ ।

ଚଳିତ ବର୍ଷ ଭସାଣି ରେ ସମସ୍ତ ମେଢ଼ରେ ଲାଗିବ ଜିପିଏସ। କଣ୍ଟ୍ରୋଲ ରୁମ ଟ୍ରାକିଂ କରି ନଜର ରଖିବ ମେଢ଼ର ଗତି ବିଧି ଉପରେ। ପୁଲିସ ପବ୍ଲିକ ସହ ସହଭାଗିତାରେ ସହରରେ ୨୦୦ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ପୂଜା ପୂର୍ବରୁ ଆହୁରି ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରୁଛି କମିସନରେଟ ପୁଲିସ । ଚଳିତ ବର୍ଷ ପୂଜା ଶୃଙ୍ଖଳାରେ ସମାପ୍ତ କରିବାକୁ କଟକବାସୀଙ୍କୁ ଅନୁରୋଧ କଲେ ପୁଲିସ କମିସନର। ଭାଇଚାରା ଅକ୍ଷୁର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କଲା ଶାନ୍ତି କମିଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe