ବୈତରଣୀକୁ ଧସିଲା ୨ ଶହ ଫୁଟ୍‌ର ନଦୀବନ୍ଧ, ୧୫ ଦିନରେ ଭାସିଗଲା କୋଟିଏ ଟଙ୍କାର କାମ

Advertisment

ଷାଠିବାଙ୍କୁଡା ଓ ବୋଡକ ଗାଁରେ ଭୟର ବାତାବରଣ

ଷାଠିବାଙ୍କୁଡା ଓ ବୋଡକ ଗାଁରେ ଭୟର ବାତାବରଣ

ବୈତରଣୀକୁ ଧସିଲା ୨ ଶହ ଫୁଟ୍‌ର ନଦୀବନ୍ଧ, ୧୫ ଦିନରେ ଭାସିଗଲା କୋଟିଏ ଟଙ୍କାର କାମ

ଚାନ୍ଦବାଲି/ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଆରଡ଼ି ପଞ୍ଚାୟତର ଷାଠିବାଙ୍କୁଡାଠାରେ ଗତକାଲି ରାତିରେ ୨ ଶହ ଫୁଟ୍‌ର ନଦୀବନ୍ଧ ବୈତରଣୀ ଭିତରକୁ ଧସିଯାଇଛି। ଆଜି ସକାଳେ ଗାଁ ଲୋ‌କେ ବନ୍ଧ ଧସିଯାଇଥିବା ଦେଖିବା ପରେ ଭୟଭୀତ ହୋଇ ପଡିଛନ୍ତି। ବର୍ଷାଋତୁକୁ ଆଖି ଆଗରେ ରଖି ୧୫ ଦିନ ପୂର୍ବରୁ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟରେ ବନ୍ଧରେ ପଥର ପ୍ୟାକିଂ କରାଯିବା ସହ ମାଟି ପକାଯାଇଥିଲା। ହେଲେ କାମ ସରିବାର ମାତ୍ର ୧୫ ଦିନ ପରେ ନଦୀବନ୍ଧ ଧସିଯାଇଥିବା ବେଳେ ବନ୍ଧର ଏକାଧିକ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଷାଠିବାଙ୍କୁଡା ଓ ବୋଡକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜୁଆର ପାଣିରେ ଯଦି ବନ୍ଧ ସମ୍ପୂର୍ଣ୍ଣ ଧସିଯାଏ ତା ହେଲେ ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ବନ୍ଧ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ନଦୀରୁ ଜୁଆର ପାଣି ଆସି ବାରମ୍ବାର ମାଡ ହେବା ଫଳରେ ବନ୍ଧ ଦୁର୍ବଳ ‌ହୋଇ ମାଟି ଧସିଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ୪ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରତି ବିପଦ ସମ୍ଭାବନା ରହିଛି। ଆଜି ଘଟଣାସ୍ଥଳରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ କିଶୋର ଦାସ ପହଞ୍ଚି ନଦୀବନ୍ଧ ଅବସ୍ଥା ବୁଲି ଦେଖିଛନ୍ତି। ମାଟି ପଡି ବନ୍ଧ ଉଚ୍ଚା ହୋଇଥିଲା। ମାଟି ଦବୁଥିବାରୁ ବନ୍ଧ ଧସୁଛି। ମରାମତି କାମ ମଧ୍ୟ ଜାରି ରହିଛି ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe