କୋରାପୁଟ: ମୁଣ୍ଡ ଉପର ଦେଇ ଯାଇଛି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର। ଗାଁରୁ ୭ କିମି ଦୂରରେ ଅଛି ଅପରକୋଲାବ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ଯାହା ଓଡ଼ିଶାକୁ ଆଲୋକିତ କରୁଛି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ବିଦ୍ୟୁତ୍‌ ପ୍ରକଳରୁ ୭ କିମି ଦୂରରେ ରହି ଅନ୍ଧାରରେ ରାତି କାଟୁଛନ୍ତି ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ବେଡାଗୁଡା ଗାଁ। ପାହାଡ଼ ଉପରେ ଥିବା ଏହି ଗାଁରେ ବସବାସ କରୁଛନ୍ତି ୨୦ ପରିବାର। ବହୁବାର ଦାବି ପରେ ଗାଁକୁ ବିଜୁଳି ଆଲୁଅ ସ୍ବପ୍ନ ପାଲଟିଥିବା ବେଳେ ବହୁ ବର୍ଷ ପୂର୍ବେ ଲାଗିଥିବା ୪ ସୋଲାର ଲାଇଟ ଏବେ ଅଚଳ। ଫଳରେ ସଂଧ୍ୟାରେ ଗାଁରେ ପଡ଼ୁଛି ତାଟି କବାଟ।  କେବଳ ବେଡ଼ାଗୁଡ଼ା ନୁହେଁ କୋରାପୁଟ ଜିଲ୍ଲାର ଏପରି ୨୦୦ରୁ ଊର୍ଦ୍ଧ୍ବ ପଡ଼ା ଓ ଗାଁରେ ନାହିଁ ବିଦ୍ୟୁତ୍‌ ସଂଯୋଗ। ବିଦ୍ୟୁତ ଆଲୁଅ ନ ଥିବାରୁ ଚୁଲି ନିଆଁ ଓ ଡିବିର ଆଲୁଅରେ ବିତୁଛି ଜୀବନ। ଦାଣ୍ଡରେ ନିଆଁ ଲଗାଇ ଅନେକ ରାତ୍ରି ଭୋଜନ କରୁଥିବା ବେଳେ ଡିବିରି ଆଲୁଅରେ ପିଲାଙ୍କ ପାଠ ପଢ଼ାହେଉଛି। କୋରାପୁଟ ସହରରୁ ୧ କିମି ଦୂରରେ ଥିବା ଗୁଲି ଫାୟାର ବସ୍ତିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୂର୍ବରୁ ଗୌତମ ନଗରରେ ଥିବା ଏହି ବସ୍ତି ବାସନ୍ଦା ଗତ ୧୦ବର୍ଷ ହେଲା ବସ୍ତିରେ ରହି ଆସୁଛନ୍ତି। ହେଲେ ନା ମିଳିଛି ବିଦ୍ୟୁତ୍‌ ସେବା ନା ଅଛି ପାଣି ଓ ଅନ୍ୟାନ୍ୟ ସୁବିଧା। ୧୯ ବିସ୍ଥାପିତ ପରିବାର ଆଲୁଅ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ଅନ୍ଧାରରେ ଜୀବନ ବିତାଉଛନ୍ତି। ବିଦ୍ୟୁତ୍‌ ସମସ୍ୟାରେ ସନ୍ତୁଳି ହେଉଥିବା ଅନେକ ଗାଁର ତାଲିକା ସରକାରଙ୍କ ବିଦ୍ୟୁତ୍‌ ସଂଯୋଗ ନଥିବା ତାଲିକାରେ ନାହିଁ। 

Advertisment

Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ

ଅପରକୋଲାବ, ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ କାହା ସ୍ବାର୍ଥରେ?
ଡିବିରି ଆଲୁଅରେ ପାଠପଢ଼ା, ନିଆଁହୁଳାରେ ରାତ୍ରିଭୋଜନ
ସଞ୍ଜ ନଇଁଲେ ଅନ୍ଧାର, ରାତି ପାହିଲେ ଘାରୁଛି ପାଣି ଚିନ୍ତା

ସରକାରୀ ରେକର୍ଡ ମୁତାବକ, କୋରାପୁଟ ଜିଲ୍ଲାର ୧୬୯ଟି ପଡ଼ା ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇନି। ବନ୍ଧୁଗାଁ ବ୍ଲକର ୧୦ଟି,  ବୈପାରିଗୁଡ଼ା ବ୍ଲକର ୨୪ଟି, ବୋରିଗୁମ୍ମା ବ୍ଲକର ୭, ଦଶମନ୍ତପୁର ବ୍ଲକର ୧୧, ଜୟପୁର ବ୍ଲକର ୧୧, କୋରାପୁଟ ବ୍ଲକର ୭, କୋଟପାଡ଼ ବ୍ଲକର ୧୭, କୁନ୍ଦୁରା ବ୍ଲକର ୧୯, ଲମତାପୁଟ ବ୍ଲକର ୫, ଲକ୍ଷ୍ମୀପୁର ବ୍ଲକର ୨, ନନ୍ଦପୁର ବ୍ଲକର ୭, ନାରାୟଣପାଟଣା ବ୍ଲକର ୨୩, ପଟ୍ଟାଙ୍ଗି ବ୍ଲକର ୧୫ ଓ ସେମିଳିଗୁଡା ବ୍ଲକର ୩ଟି ଗାଁ ବିଦ୍ୟୁତ୍‌ ନଥିବା ତାଲିକାରେ ରହିଛି। କିନ୍ତୁ ବାସ୍ତବରେ ୨୦୦ରୁ ଊର୍ଦ୍ଧ୍ବ ଗାଁରେ ବିଦ୍ୟୁତ୍‌ ସଂଯୋଗ ନାହିଁ।  ଜିଲ୍ଲାର ଜଳବାୟୁ ଅନୁଯାୟୀ ପ୍ରାୟ ୬ ମାସ ମେଘୁଆ ରହୁଥିବାରୁ ସୋଲାର ଆଲୁଅରେ ବାଧା ସୃଷ୍ଟି ହେଉଛି। ଏଣୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବା ପାଇଁ ବିଦ୍ୟୁତ୍‌ କମିଟି ସଭ୍ୟ ଦାବି କରିଛନ୍ତି।

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌