ଭୁବନେଶ୍ୱର: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆଜି ମଧ୍ୟପ୍ରଦେଶର ସେହୋର ଆମଲାହାଠାରେ ମାନ୍ୟବର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ‘ରାଷ୍ଟ୍ରୀୟ ଡାଲି ଆତ୍ମନିର୍ଭରତା ମିସନ’ ଅଧୀନରେ ଡାଲି ଜାତୀୟ ଫସଲ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପରୋକ୍ତ କର୍ମଶାଳାରେ ଅଂଶଗ୍ରହଣ କରି ଓଡ଼ିଶାର ସାମଗ୍ରିକ କୃଷି ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ ଯେ, ବିଦେଶରୁ ଡାଲି ଆମଦାନୀ ଆମ ପାଇଁ ଲଜ୍ୟାଜନକ। ଦେଶର ଆତ୍ମନିର୍ଭରତା ତଥା କୃଷକଙ୍କ କଲ୍ୟାଣ ପାଇଁ, ଡାଲିରେ ଆତ୍ମନିର୍ଭରତା ମିଶନ ଆରମ୍ଭ କରାଯାଇଛି। ଡାଲିରେ ଆତ୍ମନିର୍ଭରତା ମିସନ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏକ ମିସନ ନୁହେଁ ବରଂ ଆମର ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ଅଭିଯାନ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି କହିଛନ୍ତି ଯେ, ରଣନୈତିକ ନୀତି, ପ୍ରଯୁକ୍ତିବିଦ୍ୟା ଗ୍ରହଣ ଏବଂ ଜଳବାୟୁ ସହନୀୟ କୃଷି ପଦ୍ଧତି ଦ୍ୱାରା ଓଡ଼ିଶାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଘଟିଛି।
ଆହୁରି ପଢ଼ନ୍ତୁ: Ramesh Chandra Sen: ବାଂଲାଦେଶର ହିନ୍ଦୁନେତା ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ସେନଙ୍କ ମୃତ୍ୟୁ
ଗୋଟିଏ ପଟେ ଓଡ଼ିଶା ଚାଷୀମାନଙ୍କୁ ଧାନ ଚାଷ ପାଇଁ ଇନପୁଟ୍ ସହାୟତା ପ୍ରଦାନ କରି ଚାଷୀଙ୍କ ଆୟ ବୃଦ୍ଧି କରୁଛି ଏବଂ ଅନ୍ୟପଟେ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ ଧାନ ଫସଲ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା ଉପରେ ବ୍ୟାପକ ପ୍ରକଳ୍ପ ମଧ୍ୟ କରୁଛୁ। ଏହା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ, ଯାହା ରବି ଋତୁରେ ବିସ୍ତୃତ ଧାନ ପଡ଼ିଆ ଜମିକୁ କମ୍ ସମୟର ଡାଲି ଏବଂ ତୈଳ ବିହନ ଚାଷ କରି ଉତ୍ପାଦନକ୍ଷମ କ୍ଷେତ୍ରରେ ପରିଣତ କରିବା ଲକ୍ଷ୍ୟ ରଖିଛି। ଏହା ଉଲ୍ଲେଖନୀୟ ଯେ, ରବି ୨୦୨୫-୨୬ ରେ, ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୩.୫ ଲକ୍ଷ ହେକ୍ଟର ଜମିରେ କାର୍ଯ୍ୟାନ୍ୱୟନ କରାଯାଇଛି।
ଆହୁରି ପଢ଼ନ୍ତୁ: Supreme Court: ଅପରାଧର ଗମ୍ଭୀରତାକୁ ବିଚାରକୁ ନ ନେଇ ଯଦି ଜାମିନ ମିଳିଥାଏ ତେବେ ବାତିଲ ହେବ : ସୁପ୍ରିମ୍କୋର୍ଟ
ସମସ୍ତ ପ୍ରଗତିଶୀଳ ପଦକ୍ଷେପ ସହିତ, କୃଷି କ୍ଷେତ୍ରରେ ପୂର୍ବୋଦୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ବିକାଶର କେନ୍ଦ୍ର ହେବାକୁ ଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଅନ୍ୟାନ୍ୟ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ ଓ ଆଇସିଏଆର ଏବଂ ଆଇସିଏଆରଡିଏର ପ୍ରତିନିଧିମାନେ ମଧ୍ୟ କର୍ମଶାଳାରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/07/shiv-2026-02-07-22-32-18.jpeg)