ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ

ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ

ଚନ୍ଦାହାଣ୍ଡି: ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ ହୋଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ ସରଧାପୁର ପଞ୍ଚାୟତ ସରପଞ୍ଚ ଲେବନୀ ମାଝୀଙ୍କୁ ପାଟଖଲିଆ ଗ୍ରାମର ଚତୁର ଗହୀର (୩୦) ନାମକ ଜଣେ ଯୁବକ ନିଜକୁ ଟିଭି ସାମ୍ବାଦିକ (କନକ ନ୍ୟୁଜ୍‌) କହି ୨୦ ହଜାର ଟଙ୍କା ଚାନ୍ଦା ଦାବି କରିବା ସହ ତାଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇଥିଲା। ଏନେଇ ଶ୍ରୀମତୀ ମାଝୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ପାଇଁ ଏସଆଇ ସମୀର କୁମାର ପ୍ରଧାନଙ୍କୁ ଦାୟିତ୍ବ ଦେଇଛନ୍ତି। ତେବେ ଏହି ଘଟଣାକୁ ସ୍ଥାନୀୟ ସାମ୍ବାଦିକ ସଙ୍ଘ ନିନ୍ଦା କରିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛି।

ପୁଲିସ ସୂତ୍ରାନୁସାରେ ପାଟଖଲିଆ ପଞ୍ଚାୟତ ସଦର ଗ୍ରାମର ଚତୁର ଗହୀର ଗତ ୧ ତାରିଖ ଦିନ ଶରଧାପୁର ପଂଚାୟତ ସରପଞ୍ଚ ଲେବନୀ ମାଝୀଙ୍କୁ କନକ ପ୍ରେସର ସାମ୍ବାଦିକ କହି ଫୋନ୍‌ରେ ୨୦ ହଜାର ଟଙ୍କା ବଟି ମାଗିବା ସହ ତାଙ୍କ ନିଜ ଘର ତେଲାତାଣ୍ଡି ଗ୍ରାମକୁ ଯାଇ ପଇସା ମାଗିବା ସହ ତୁ ଆଦିବାସୀ କଣ କରିପାରିବୁ ବୋଲି କହିଥିଲା। ତୋ ନାମରେ ଭିଡିଓ ଭାଇରାଲ କରି ଦେବି କହି ଧମକ ଦେଇ ଥିବା ଏତଲାରେ ଉଲ୍ଲେଖ ରହିଛି। ଶ୍ରୀମତୀ ମାଝୀ ଟଙ୍କା ଦେବାରେ ଅକ୍ଷମ ପ୍ରକାଶ କରିବା ସହ ଯୁବକ ଚତୁର ଗହୀର ନାମରେ ଗତ ୪ ତାରିଖ ରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ସାମ୍ବାଦିକ ନାମରେ ତାଙ୍କୁ ଚତୁର ଗହୀର ହଇରାଣ କରିଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe