୨୦୦୬ କନେଷ୍ଟବଳ ନିଯୁକ୍ତି ବିବାଦ: ଅଦାଲତ ଅବମାନନା ମାମଲା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ପୋଲସରା ବିଧାୟକଙ୍କ ନାଁରେ ହାଇକୋର୍ଟରେ ମାମଲା

କଟକ: ୨୦୦୬ କନେଷ୍ଟବଳ ନିଯୁକ୍ତିକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲା ବନ୍ଦ୍‌ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଗୃହ ସଚିବ ଓ ପୁଲିସ ଡିଜିଙ୍କ ବିରୋଧରେ ୨୦୧୩ ମସିହାରେ ଏହି ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଜଷ୍ଟିସ ବି.କେ.ନାୟକ ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିିତ ଖଣ୍ଡପୀଠ ଅଦାଲତ ଅବମାନନା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ସାନି ଚୟନ ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ହୋଇ ନଥିବା ସରକାରଙ୍କ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ସରକାରଙ୍କ ସତ୍ୟପାଠକୁ ଗ୍ରହଣ କରି ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe