୨୦୧୮ ମାହାଙ୍ଗା ବିକାଶ ଯେନା ହତ୍ୟାକାଣ୍ଡ : ଗୃହ ବିଭାଗ ଚିଠିକୁ ଚାପି ‌ଦେଇଥିଲା ପୁଲିସ

Advertisment
ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

DNA India

କଟକ : ମାହାଙ୍ଗା ନୁର୍ତ୍ତାଙ୍ଗରେ ୨୦୧୮ ଡିସେମ୍ବର ୧୩ ତାରିଖରେ ଘଟିଥିଲା ଏକ ରାଜନୈତିକ ହତ୍ୟାକାଣ୍ଡ। ସ୍ଥାନୀୟ ବିଜେପି କର୍ମକର୍ତ୍ତା ବିକାଶ ଯେନାଙ୍କୁ ହତ୍ୟା କରାଯାଇଥିଲା। ସେହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍। କିନ୍ତୁ ଏ ସଂକ୍ରାନ୍ତରେ ଗୃହ ବିଭାଗ ଯେଉଁ ଚିଠି ଦେଇଥିଲା, ତାହାକୁ ଚାପିଦେଇ ବସିଯାଇଛି ପୁଲିସ। ଗୃହ ବିଭାଗର ଚିଠିକୁ ବର୍ଷେ ପୂରି ଯାଇଥିଲେ ବି ପୁଲିସ ବିକାଶ ଯେନା ହତ୍ୟାକାରୀଙ୍କୁ ଧରିପାରିନି।

ମାହାଙ୍ଗା ବ୍ଲକ୍‌ ନୁର୍ତ୍ତାଙ୍ଗ ପଂଚାୟତର ବିଜେପି ସହ ପ୍ରମୁଖ ଥିବା ଯଁ‌କୋଟି ଗ୍ରାମର ବିକାଶ ଯେନାଙ୍କୁ ନୃଶଂସଭାବେ ହତ୍ୟା କରାଯାଇଥିଲା। ଯଁକୋଟି ଶୁକ ନଈ ବନ୍ଧ ରାସ୍ତା ପାର୍ଶ୍ବ ବିଲ ଭିତରେ ଗୋଡ଼େଇ ଗୋଡ଼େଇ ତାଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପରେଶ ଜେନା ଆହତ ହୋଇଥିଲେ। ପଂଚାୟତ ନିର୍ବାଚନ ସମୟରେ ରାଜନୈତିକ ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସରପଂଚ ସୁଶ୍ରୀ ନାୟକଙ୍କ ଶ୍ବଶୁର ନିରଂଜନ ବିଶ୍ବାଳ ଓ ଯଁକୋଟି ଗ୍ରାମର ମାନସ ରଂଜନ ପାଣିଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଂଚଙ୍କ ସ୍ବାମୀ ସ୍ଥାନୀୟ ଅଞ୍ଚଳର ଆଗଧାଡିର ବିଜେଡି କର୍ମୀ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ପୁଲିସ ଆଜି ଯାଏ ଗିରଫ କରି ପାରିନାହିଁ। ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବା ବିକାଶଙ୍କ ପରିବାରବର୍ଗ ଓ ବିଜେପି ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଫରୋମରେ ଅଭିଯୋଗ କରାଯାଇଛି।

publive-image Justdial

ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ବି ନୁର୍ତ୍ତାଙ୍ଗରେ ପହଞ୍ଚି ବିକାଶଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ପୁଲିସର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠି ଉଠାଇଥିଲେ। ଅଭିଯୁକ୍ତ ଖୁଲମ୍‌ଖୁଲା ବୁଲୁଥିଲେ ବି କଣ ପାଇଁ ତାଙ୍କୁ ଗିରଫ କରାଯାଉନି ‌ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା। ଏହି ଘଟଣାରେ ବିକାଶ ଯେନାଙ୍କ ପତ୍ନୀ ରଞ୍ଜିତା ତାଙ୍କ ସ୍ବାମୀ ହତ୍ୟାକାରୀଙ୍କୁ ପୁଲିସ ଧରୁ ନଥିବାରୁ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳସ୍ବରୂପ ଗୃହବିଭାଗ ଏକ ଚିଠି (ନମ୍ବର ୭୬୯୫, ତା ୧୮/୨/୨୦୧୯) ଜରିଆରେ ପୁଲିସ ଡିଜି, ଆଇଜି ପୁଲିସ ଓ କଟକ ଗ୍ରମାଞ୍ଚଳ ଏସ୍‌ପିଙ୍କୁ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ମାତ୍ର, ଗୃହ ବିଭାଗର ଏହି ଚିଠିକୁ ପୁଲିସ୍‌ ଚାପି ଦେବା ସହିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଗୃହ ବିଭାଗର ଚିଠିକୁ ଚାପି କାହା ଚାପରେ ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି? ୨୦୨୧ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରି ସାରିଥିଲେ ବି ଏହିଭଳି ପ୍ରଶ୍ନବାଚୀରୁ ମୁକୁଳି ପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe