ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ ପରାମର୍ଶ ବୈଠକ

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ୍‌ ପ୍ରସ୍ତୁତି ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ, ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ, ରିଜଭ ବ୍ୟାଙ୍କ ଓ ନାବାର୍ଡ, କୃଷି, ଶିଳ୍ପ ଓ ବାଣିଜ୍ୟ, ଶ୍ରମିକ ସଙ୍ଗଠନର ପ୍ରତିନିଧିମାନେ ମିଳିତ ହୋଇ ମତବିନିମୟ କରିବା ସହିତ ନିଜ ନିଜର ପରାମର୍ଶ ଓ ପ୍ରସ୍ତାବ ରଖିଥିଲେ।

ବଜେଟ୍‌ର ରୂପରେଖ ପ୍ରସ୍ତୁତି ପୂର୍ବରୁ ସମାଜର ସମସ୍ତ ବର୍ଗର ପ୍ରତିନିଧିମାନଙ୍କଠାରୁ ଚଳିତ ଜୁନ୍‌ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଇମେଲ, ହ୍ଵାଟସ୍‌ଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଥିଲା। ଜନସାଧାରଣ, ନାଗରିକ ସମାଜ ଓ ଅନ୍ୟାନ୍ୟ ସମ୍ବନ୍ଧ ପକ୍ଷମାନଙ୍କଠାରୁ ମିଳିଥିବା ମତାମତ ସଂଗୃହୀତ ହୋଇଛି। ବଜେଟ ପ୍ରସ୍ତୁତି ସମୟରେ ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ ପ୍ରସ୍ତୁତ କରାଯିବ ବୋଲି ପୂଜାରୀ କହିଛନ୍ତି।

ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ପୂର୍ବତନ ପ୍ରଶାସକ ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ, ରବିନାରାୟଣ ସେନାପତି, ଜେ.ସି ବଡ଼ୁ, ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍‌.ଏସ୍‌ ରଥ, ଏନ୍‌ସିଡିଏସ୍‌ର ଶ୍ରୀଜିତ ମିଶ୍ର, ୟୁନିସେଫର ସୌମେନ୍‌ ରାୟ, ସିୱାଇଏସ୍‌ଡିର ବସନ୍ତ କୁମାର ନାୟକ, ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ
ବ୍ୟାଙ୍କର ଡିଜିଏମ୍‌ ଡି. ପାତ୍ର, ନାବାର୍ଡ଼ର ସିଜିଏମ୍‌ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାମ୍ବାଦିକଦିଲ୍ଲୀପ ବିଶୋଇ, କୃଷକ ସଂଗଠକ ସୀମାଞ୍ଚଳ ନାହାକ, କେଶବ ଚନ୍ଦ୍ର ପାତ୍ର, ବ୍ୟବସାୟୀ ମହାସଂଘର ସୁଧାକର ପଣ୍ଡା ଓ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ସ୍ୱକୀୟ ମତାମତ ପ୍ରଦାନକରିଥଲୋ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଅର୍ଥ ବିଭାଗର ବରିଷ୍ଠ ପଦାଧକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe