ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ

ଶେଷଦିନ ଗୃହ କମ୍ପିଲା: କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ

odishaassembly.nic.in

ଭୁବନେଶ୍ବର: ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯,୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭,୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ବଢ଼ିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୯୫,୩୧୧ କୋଟିରୁ ୧ ଲକ୍ଷ ୯ ହଜାର ୫୮୬ କୋଟିକୁ ବଢ଼ିଛି।

ସୂଚନାଯୋଗ୍ୟ, ୨୦୨୦-୨୧ରେ ୯୦୭୬ କୋଟି ଟଙ୍କାର ରାଜସ୍ବ ବଳକା ଥିବାବେଳେ ଗତବର୍ଷ ଏହା ୪୩,୪୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସରକାରଙ୍କ ଉପରେ ୭୨,୪୮୫ କୋଟି ଋଣ ରହିଥିଲା। ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮,୫୦୮କୋଟି ଟଙ୍କା ରହିଥିଲା। ସମୁଦାୟ ଋଣ ୧,୨୦,୧୪୦ କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା ରହିଥିଲା। ସରକାର ଗତବର୍ଷ ୧,୯୫,୭୨୩ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୧,୫୮,୦୧୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୩୭,୭୦୬ କୋଟି ଟଙ୍କା ସଞ୍ଜୟ କରିଥିଲେ। ଉକ୍ତ ବର୍ଷ ୩୨,୭୦୧ କୋଟି ଟଙ୍କା ନିବେଶ କରିଥିବା ସିଏଜି ରିପୋର୍ଟରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe