୨୦୨୧ ବର୍ଷର ଅବକାରୀ ରିପୋର୍ଟ: ରାଜ୍ୟରେ ୧୦୫ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ

Advertisment

୨୮ ହଜାର ନିଶା ମାଫିଆଙ୍କୁ ଜେଲ୍

୨୮ ହଜାର ନିଶା ମାଫିଆଙ୍କୁ ଜେଲ୍

ଅବକାରୀ ବିଭାଗର ବାର୍ଷିକ ରେକର୍ଡ: ୨୦୨୨-୨୩ ବର୍ଷରେ ୮୯୬୭.୪୯ କୋଟି ରାଜସ୍ବ

କଟକ : ୨୦୨୧ ବର୍ଷରେ ରାଜ୍ୟରେ ନିଶା ମାଫିଆଙ୍କ ଉତ୍ପାତ ଶୀର୍ଷରେ ଛୁଇଁଛି। ଗୋଟିଏ ବର୍ଷରେ ରାଜ୍ୟରୁ ୧୦୫ କୋଟି ଟଙ୍କାର ନିଶା ଅବକାରୀ ବିଭାଗ ଜବତ କରିବା ଚକିତ କରିଛି। ଚୋରା ନିଶା ମାଫିଆ କେତେ ମାତ୍ରାରେ ସକ୍ରିୟ ଅଛନ୍ତି, ଏହି ଚିତ୍ର ହିଁ ସ୍ପଷ୍ଟ କରୁଛି। ମୋଟ ୨୮ ହଜାର ୪୨୭ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ତେବେ କରୋନା କାଳରେ ରାଜ୍ୟରେ ବିଦେଶୀ ନକଲି ମଦ ଓ ଟ୍ୟାକ୍ସ ଫାଙ୍କି ମଦ କାରବାର ଅଧିକ ସକ୍ରିୟ ହୋଇଥିବାରୁ ଏହାକୁ ଦମନ କରିବା ଅବକାରୀ ବିଭାଗ ପାଇଁ ମୁଖ୍ୟ ଆହ୍ବାନ ହୋଇଛି।

publive-image

ରାଜ୍ୟରେ ଅବକାରୀ ବିଭାଗର ୨୦୨୧ ବର୍ଷ ରିପୋର୍ଟ ଅନୁଯାୟୀ, ମୋଟ ୩୪ ହଜାର ୪ଶହ ୩୧ଟି ମାମଲା ରୁଜୁ କରିଛି। ଏଥିରେ ୨୮ ହଜାର ୪୨୭ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି। ଦେଶୀ ମଦ ୮୮୧୦୩୮.୬୪ ଲିଟର, ପୋଚ ୯୨୩୯୬୯୯ ଲିଟର, ନକଲି ବିଦେଶୀ ମଦ ୫୬୨୦.୫.୪୬ ଲିଟର, ଟିକସ୍ ଫାଙ୍କି ବିଦେଶୀ ମଦ ୨୦୩୪.୩୯ ଲିଟର, ସ୍ପିରିଟ୍ ୩୮୯୭.୪ ଲିଟର, ଦେଶୀ ସରକାରୀ ମଦ ୩୨୦୮୦.୩ ଲିଟର, ଦେଶୀ ମଦ ୮୭୩୫.୧ ଲିଟର, ବିଦେଶୀ ମଦ ୧୭୯୨୦ ଲିଟର, ବିଅର୍ ୨୦୯୯୨ ଲିଟର, ମୋହୁଲ ଫୁଲ ୧୧ ହଜାର ୮୪୫ କ୍ବିଣ୍ଟାଲ, ତାଡ଼ି ୧ ହଜାର ୧୭୪ ଲିଟର ଜବତ ହୋଇଛି। ଏହି ନିଶା କାରବାର ଚାଲାଣରେ ବ୍ୟବହାର ହୋଇଥିବା ବାଇକ, ଅଟୋ, କାର୍ ଏବଂ ଟ୍ରକ ମୋଟ ୧୯୨୦ଟି ଜବତ ହୋଇଛି।

publive-image Sambad

ଅବକାରୀ ବିଭାଗ ମୋଟ ପଞ୍ଜୀକରଣ କରିଥିବା ମାମଲାରୁ ଏନ୍‌ଡିପିଏସ୍ ମାମଲା ୬୯୯ଟି ରହିଛି। ଏହି ମାମଲାରେ ୭୮୪ ଜଣ ଗିରଫ ହୋଇଛନ୍ତି। ଗଞ୍ଜେଇ ୩୧୪୪୪.୪୩୫ କେଜି, ବ୍ରାଉନସୁଗାର ୧୧୮୪୬.୨୩୮ ଗ୍ରାମ, ଅଫିମ ୮.୧ କେଜି, କଫ ସିରପ୍ ୫୮୬ଲିଟର୍ ଜବତ ହୋଇଛି। ୨୦୨୧ ବର୍ଷରେ ପ୍ରଥମ ଥର ପାଇଁ ନକିଲ ବିଦେଶୀ ମଦ ଏବଂ ଟ୍ୟାଙ୍କ ଫାଙ୍କି ବିଦେଶୀ ମଦ କାରବାର ରାଜ୍ୟରେ ଅଧିକ ମାତ୍ରାରେ ବୃଦ୍ଧି ପାଇଥିବା ଘଟଣା ରାଜ୍ୟ ଅବକାରୀ ବିଭାଗ ଦୃଷ୍ଟିକୁ ଆସିଛି। ୨୦୨୧ ବର୍ଷରେ ଏ ପ୍ରକାର କାରବାର ଗଞ୍ଜାମ, ବ୍ରହ୍ମପୁର, କଟକ, ଖୋର୍ଧା, କେନ୍ଦ୍ରାପଡ଼ା, ରାଉରକେଲା, ଝାରସୁଗୁଡ଼ା, ବାଲେଶ୍ବର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛି। ପଡ଼ୋଶୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଏ ପ୍ରକାର ଟ୍ୟାକ୍ସ ଫାଙ୍କି ମଦ ଆସୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe