୨୦୨୨-୨୩ର ରେକର୍ଡ ଭାଙ୍ଗିଲା: ୮ ଦିନରେ ୬.୯୮ ଲକ୍ଷ କଇଁଛ ଦେଲେ ଅଣ୍ଡା

Advertisment

ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ggjdgjbcn

ବ୍ରହ୍ମପୁର: ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।

ଚଳିତ ବର୍ଷ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଥିଲା। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୧୬ତାରିଖରୁ ଏହା ଆରମ୍ଭ ହୋଇଥିଲା। ଗୋଖରକୁଦାଠାରୁ ବଟେଶ୍ବର ପର୍ଯ୍ୟନ୍ତ ରହିଥିବା ବେଳାଭୂମିରେ କଇଁଛ ଅଣ୍ଡାଦାନ କରିଛନ୍ତି। ଏହାସହିତ ୮ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା। ଅଲିଭ୍‌ ରିଡ୍‌ଲେଙ୍କ ସଙ୍ଗମ ସରିବା ପରେ ଯେଉଁ ସ୍ଥାନକୁ ସେମାନେ ସୁରକ୍ଷିତ ମନେ କରିବେ ସେଠାରେ ଅଣ୍ଡାଦାନ କରିଥାନ୍ତି। ମାଈ କଇଁଛ ସମୁଦ୍ରକୂଳକୁ ଆସି ନିଜର ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାଏ। ଗୋଟିଏ ମାଈ ଅଲିଭ୍‌ ରିଡ୍‌ଲେ ୮୦ରୁ ୧୬୦ଟି ଅଣ୍ଡା ଦେଇଥାଏ। ଗୋଟିଏ ବସା (ନେଷ୍ଟ୍‌)ର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏହି ସମୟରେ ବନ ବିଭାଗ ତରଫରୁ ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରାଯାଇଥାଏ। ବର୍ତ୍ତମାନ ସେହି ଅଞ୍ଚଳ ବନ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe