୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ୩୬ଟି କାର୍ଯ୍ୟକ୍ରମ: ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନିଆଗଲା ବିଶେଷଜ୍ଞଙ୍କ ପରାମର୍ଶ

Advertisment

୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ‌ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ....

୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ‌ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ....

ssdxcxc

ଭୁବନେଶ୍ବର: ୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ‌ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ‘ଭିଜନ ଓଡ଼ିଶା ୨୦୩୬ ଓ ୨୦୪୭’ ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ‘ପରାମର୍ଶ କର୍ମଶାଳା’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଭିଜନ ଡକ୍ୟୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ୍‌ମ୍ୟାପ୍। ଏହା ଭବିଷ୍ୟତର ପିଢ଼ିଙ୍କ ପାଇଁ ଏକ ପ୍ରତିଶ୍ରୁତି। ସରକାରଙ୍କ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏକ ଡ୍ରାଫ୍ଟ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ପରେ ଚୂଡ଼ାନ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ଅଭିଜ୍ଞ ପ୍ରଶାସକ,  ଶିକ୍ଷାବିତ୍, ଜନପ୍ରତିନିଧି, ଶିଳ୍ପ ଓ ନାଗରିକ ସମାଜର ପ୍ରତିନିଧି, କଳା, ସଂସ୍କୃତି ଓ ଐତିହ୍ୟ  କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଯୋଗଦେଇ ନିଜ ନିଜର ଚିନ୍ତାଧାରା ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସମ୍ବଲପୁର, ବାଲେଶ୍ୱର ଓ ଜୟପୁରରେ ଆହୁରି ୩ଟି ଆଞ୍ଚଳିକ କର୍ମଶାଳା ଆୟୋଜିତ ହେବ। 

ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନିଆଗଲା ବିଶେଷଜ୍ଞଙ୍କ ପରାମର୍ଶ
ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସର ବ୍ୟବହାର ହେଉଛି
ଆଗକୁ ସମ୍ବଲପୁର, ବାଲେଶ୍ବର ଓ ଜୟପୁରରେ ଆଞ୍ଚଳିକ କର୍ମଶାଳା
ଶେଷ ସ୍ତରରେ ଥିବା ଲୋକଙ୍କୁ ମିଳିବ ସମସ୍ତ ମୌଳିକ ସୁବିଧା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇଛି। ଏହି ପଦକ୍ଷେପ  ହେଉଛି ‘୩୬ ଫର୍ ୩୬’। ଅର୍ଥନୀତି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ପର୍ଯ୍ୟଟନ, ବିଜ୍ଞାନ ଓ ଗବେଷଣା, ଅଭିନବ ଚିନ୍ତାଧାରା, ମହିଳା ସଶକ୍ତୀକରଣ, ଗ୍ରାମ ବିକାଶ, ଆଦିବାସୀ କଲ୍ୟାଣ, ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାର ପ୍ରସାର ଆଦି ୩୬ଟି କ୍ଷେତ୍ରରେ ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପଦକ୍ଷେପ ନିଆଯିବ। ଏଥିପାଇଁ ଓଡ଼ିଶାର ନାଗରିକ ଓ ପ୍ରବାସୀ ଓଡ଼ିଆଙ୍କଠାରୁ ୩.୨ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିସାରିଛି। ଭିଜନ ଡକ୍ୟୁମେଣ୍ଟ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସର ବ୍ୟବହାର କରାଯାଇଛି। ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସର ସହାୟତାରେ ଜନସାଧାରଣ ଦେଇଥିବା ତଥ୍ୟ ଓ ପରାମର୍ଶଗୁଡ଼ିକୁ ବିଶ୍ଳେଷଣ କରି ଏହି ଦସ୍ତାବିଜ ପ୍ରସ୍ତୁତ ହେଉଛି। ବିଧାୟକ ଓ ସାଂସଦଙ୍କଠାରୁ ମଧ୍ୟ ସେମାନଙ୍କର ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ତାଙ୍କର ମୂଲ୍ୟବାନ ମତାମତ ଦେବା ପାଇଁ ପତ୍ର ଜରିଆରେ  ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଶ ଏବେ ଆତ୍ମ ନିର୍ଭର ଭାରତ ହେବା ଦିଗରେ ଅଗ୍ରସର ହୋଇଛି। ୨୦୩୬ରେ ଓଡ଼ିଶାରେ ମହିଳା ସଶକ୍ତୀକରଣ କିପରି ହେବ ସେ ବିଷୟରେ ମଧ୍ୟ ସ୍ପଷ୍ଟ ଦିଗ ନିର୍ଦ୍ଧାରଣ କରାଯାଇଛି। ମହିଳାଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ମିଳିବା ଓ ସବୁ କ୍ଷେତ୍ରରେ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe