୫ ବର୍ଷରେ ୨୦୩୬ ମହିଳା ଚାଲାଣ: ୧୧୬୯ ଦଲାଲ ଗିରଫ, ଦୋଷୀସାବ୍ୟସ୍ତ ହାର ଶୂନ

Advertisment

ଗଲା ୫ ବର୍ଷ ଭିତରେ ରାଜ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ୪୪୬୪ ମଣିଷଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨ ହଜାର ୩୬ ଥିବା ବେଳେ ନାବାଳିକା ସଂଖ୍ୟା ହେଉଛି ୭୧୦। ଏମାନଙ୍କୁ ବେଶ୍ୟାବୃତ୍ତି ତଥା ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଦଲାଲଙ୍କ ମାଧ୍ୟମରେ ନିୟୋଜିତ କରାଯାଉଛି।

ଗଲା ୫ ବର୍ଷ ଭିତରେ ରାଜ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ୪୪୬୪ ମଣିଷଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨ ହଜାର ୩୬ ଥିବା ବେଳେ ନାବାଳିକା ସଂଖ୍ୟା ହେଉଛି ୭୧୦। ଏମାନଙ୍କୁ ବେଶ୍ୟାବୃତ୍ତି ତଥା ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଦଲାଲଙ୍କ ମାଧ୍ୟମରେ ନିୟୋଜିତ କରାଯାଉଛି।

sffssfsf

ଚିରଂଜୀବୀ କର
କଟକ: ଗଲା ୫ ବର୍ଷ ଭିତରେ ରାଜ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ୪୪୬୪ ମଣିଷଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨ ହଜାର ୩୬ ଥିବା ବେଳେ ନାବାଳିକା ସଂଖ୍ୟା ହେଉଛି ୭୧୦। ଏମାନଙ୍କୁ ବେଶ୍ୟାବୃତ୍ତି ତଥା ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଦଲାଲଙ୍କ ମାଧ୍ୟମରେ ନିୟୋଜିତ କରାଯାଉଛି। ରାଜ୍ୟରୁ ବେଆଇନ ମାନବ ଚାଲାଣ ରୋକିବା ପାଇଁ ଓଡ଼ିଶାରେ ୩୬ଟି ପୁଲିସ ଜିଲ୍ଲାରେ ୩୬ଟି ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍ ରହିଛି। ବିଭିନ୍ନ ସମୟରେ ଏହି ୟୁନିଟ୍ ଜରିଆରେ ଚାଲାଣ ହୋଇଥିବା ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରାଯାଉଛି। କିନ୍ତୁ ଚାଲାଣ ପୂର୍ବରୁ ଏହି ପ୍ରକ୍ରିୟାକୁ ୟୁନିଟ୍ ପକ୍ଷରୁ ରୋକିବାରେ ସେଭଳି ବଡ଼ ଧରଣର ସଫଳତା ମିଳି ପାରୁ ନଥିବା ଦେଖାଯାଉଛି। ସାଧାରଣତଃ ଓଡ଼ିଶାରୁ ଚାଲାଣ ହେଉଥିବା ମଣିଷଙ୍କୁ ଶ୍ରମିକ, ବେଶ୍ୟାବୃତ୍ତି, ଘରୋଇ ଚାକରାଣୀ, ବଳପୂର୍ବକ ବିବାହ ସମେତ ଆପରାଧିକ କାର୍ଯ୍ୟକଳାପରେ ନିୟୋଜିତ କରାଯାଉଥିବା ତଥ୍ୟ ସାମନାକୁ ଆସୁଛି। 

ପୁଲିସ ମୁଖ୍ୟାଳୟର ତଥ୍ୟ ଅନୁଯାୟୀ, ୨୦୨୨ରେ ୧୧ ଶହ ୨୦ ଜଣ ମଣିଷଙ୍କୁ ଚାଲାଣ କରାଯାଇଥିଲା। ଏମାନଙ୍କ ଭିତରେ ପୁରୁଷ ୬୧୮ ଓ ମହିଳା ୫୦୨ ଅଛନ୍ତି। ଏଥିରେ କେବଳ ନାବାଳିକା ୧୪୦ ଜଣ ଅଛନ୍ତି। ୨୦୨୨ରେ ରୁଜୁ ହୋଇଥିବା ୧୨୧ଟି ଚାଲାଣ ମାମଲାରେ ୪୩୩ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଅଦାଲତରେ କିନ୍ତୁ ଦୋଷୀ ସାବ୍ୟସ୍ତ ହାର ଶୂନ ରହିଛି। ୨୦୨୧ରେ ୧୩୬ଟି ମଣିଷ ଚାଲାଣ ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୪ ଶହ ୭୫ ଜଣ ଚାଲାଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ୭୪୦ ଓ ମହିଳା ୭୩୫ ଥିବା ବେଳେ ନାବାଳିକାଙ୍କ ସଂଖ୍ୟା ରହିଛି ୨୯୧। ଚାଲାଣ ମାମଲାରେ ୨୨୮ ଜଣ ଗିରଫ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତ ହାର ଶୂନ ରହିଛି। ସେହିଭଳି ୨୦୨୦ରେ ୧୦୩ଟି ଚାଲାଣ ମାମଲା ହୋଇଥିଲା। ଏଥିରେ ମୋଟ ୭୪୧ ଜଣ ଚାଲାଣ ହୋଇଥିବା ବେଳେ ପୁରୁଷ ୪୫୪, ମହିଳା ୨୮୭ ଓ ନାବାଳିକା ୮୧ ଜଣ ଅଛନ୍ତି। ସେହି ବର୍ଷ ଚାଲାଣ ମାମଲାରେ ୧୮୯ ଜଣ ଗିରଫ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତହାର ଶୂନ ରହିଛି। ୨୦୧୯ରେ ୧୪୭ଟି ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ମୋଟ ୮୭୬ ଜଣ ଚାଲାଣ ହୋଇଥିବା ବେଳେ ପୁରୁଷ ୫୧୮, ମହିଳା ୩୫୮ ଓ ନାବାଳିକା ୧୦୮ ଜଣ ଚାଲାଣ ହୋଇଥିଲେ। ସେହି ବର୍ଷ ୨୩୯ ଜଣ ଦଲାଲ ଗିରଫ ହୋଇଥିଲେ ବି ଦୋଷୀ ସାବ୍ୟସ୍ତ ହାର ଶୂନ ରହିଛି।

ବେଶ୍ୟାବୃତ୍ତି, ଶ୍ରମିକ କାର୍ଯ୍ୟରେ ନିୟୋଜିତ

୨୦୧୮ରେ ୭୫ ମାମଲା ରୁଜୁ ହୋଇଥିଲା। ମୋଟ ୨୫୨ ଜଣଙ୍କୁ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଷ ୯୮, ମହିଳା ୧୫୪ ଓ ନାବାଳିକା ୯୦ ଜଣ ରହିଥିଲେ। ଏସବୁ ମାମଲାରେ ୮୦ ଜଣ ଗିରଫ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତ ଶୂନ ରହିଛି। ‘ପ୍ରୋଜେକ୍ଟ ସ୍ବରାଜ୍ୟ’ର ଉପସଭାପତି ଶର୍ମିଷ୍ଠା ନାଥଙ୍କ କହିବା ଅନୁଯାୟୀ, ବିହାର, ଝାନ୍‌ସୀ, ରାଜସ୍ଥାନ, ହରିୟାନା, ତାମିଲନାଡ଼ୁ ଇତ୍ୟାଦି ରାଜ୍ୟରେ କନ୍ୟା ଭ୍ରୁଣ ହତ୍ୟା ହେଉଥିବାରୁ ଝିଅଙ୍କ ସଂଖ୍ୟା ହ୍ରାସ ପାଉଛି। ସେଥିପାଇଁ ଓଡ଼ିଶାରୁ ମହିଳାଙ୍କୁ ଚାକିରି ଲୋଭ ଦେଖାଇ ବେଶ୍ୟା ଓ ଶ୍ରମିକ ଭାବେ କାମ କରିବାକୁ ଚାଲାଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏଡ୍‌ସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାର ମୁଖ୍ୟତଃ ସୁନ୍ଦରଗଡ଼, କଟକ, ଭୁବନେଶ୍ବର, ବାଲେଶ୍ବର, ପୁରୀ, ଝାରସୁଗୁଡ଼ା ଇତ୍ୟାଦି ଜିଲ୍ଲାରୁ ରାଜ୍ୟ ବାହାରକୁ ମାନବ ଚାଲାଣ ହେଉଛି। 

ହାଇକୋର୍ଟ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଯେଉଁମାନେ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି ସେମାନେ ସାଧାରଣତଃ ଗରିବ ଶ୍ରେଣୀର। ତେବେ ଗିରଫ ଦଲାଲମାନଙ୍କ ସାମ୍‌ନାରେ କୋର୍ଟରେ ଏହି ଉଦ୍ଧାର ହୋଇଥିବା ବ୍ୟକ୍ତି ସାକ୍ଷୀ ଦେବାକୁ ଭୟ କରୁଛନ୍ତି। ସାକ୍ଷୀମାନଙ୍କୁ ପୂର୍ବରୁ ଭୟଭୀତ କରିବା ସହିତ ଅର୍ଥ ଲୋଭ ଦେଖାଇ ପ୍ରଭାବିତ କରାଯାଉଛି। କୋର୍ଟରେ ବିଚାର ପ୍ରକ୍ରିୟା ଯଦି ଶୀଘ୍ର ହୁଅନ୍ତା, ତେବେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇପାରନ୍ତା। ଏହି ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍ ମାଧ୍ୟମରେ ହେବା କଥା। ଯାହାଫଳରେ ଦଲାଲ ଓ ପୀଡ଼ିତା କୋର୍ଟରେ ମୁହାଁମୁହିଁ ହେବାର ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ। ଏହା ଦ୍ବାରା ଦୋଷୀ ସାବ୍ୟସ୍ତ ହାର ବଢିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅମୀୟ ବିଶ୍ବାଳ କହିଛନ୍ତି ଯେ ଶିଶୁ ମାନଙ୍କୁ ରାଜ୍ୟ ବାହାରକୁ ଏମିତିକି ବିଦେଶକୁ ଚାଲାଣ କରାଯାଉଛି। ସେମାନଙ୍କୁ ସେଠାରେ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯାଉଛି। ପୁଲିସ-ପ୍ରଶାସନ ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେଲେ ହୁଏତ ଏହି ସଂଖ୍ୟା ହ୍ରାସ ପାଇ ପାରନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe