ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଉପରେ ଭରସା ରଖିନାହାନ୍ତି ୨୦୮୭ ଭୋଟର

Advertisment
ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଉପରେ ଭରସା ରଖିନାହାନ୍ତି ୨୦୮୭ ଭୋଟର

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ପଦ୍ମପୁର ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଆସିଯାଇଛି। ବିଜେଡ ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁରର ନୂଆଁ ବିଧାୟକ ହୋଇଛନ୍ତି। ତାଙ୍କୁ ୧,୨୦,୮୦୭ ଖଣ୍ଡ ଭୋଟ୍‌ ମିଳିଥିଲା ବେଳେ ସେ ବିଜେପିର ନିକଟତର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ପଦ୍ମପୁରର ୨୦୮୭ ଜଣ କୌଣସି ପ୍ରାର୍ଥୀଙ୍କୁ ପସନ୍ତ କରିନାହାନ୍ତି। ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ କାହାରିକୁ ଭୋଟ୍‌ ଦେଇ ନାହାନ୍ତି।

ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮,୧୨୮ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସକୁ ୩୫୯୪, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରାର୍ଥୀ ବିଦ୍ୟାଧର ପାଣ୍ଡବଙ୍କୁ ୩୪୨, ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ବର ଦାଶଙ୍କୁ ୨୬୬, ସ୍ବାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୩୯୯, ଗଂଗାଧର ସାହାଙ୍କୁ ୩୯୭, ଦେବାର୍ଚ୍ଚନ ନାଏକଙ୍କୁ ୫୪୧, ବୃନ୍ଦାବନ ପୁରୋହିତଙ୍କୁ ୫୭୪ ଓ ଶେଷଦେବ ସାହୁଙ୍କୁ ୧୧୬୮ ଖଣ୍ଡ ଭୋଟ୍‌ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe