୨୧ ଜଣଙ୍କୁ ମିଥ୍ୟା ମାମଲାରେ ଫସାଇ ନିର୍ଯାତନା ଦିଆଯାଉଛି: ନକ୍ସଲ

Advertisment

ବିଜେଡି ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କଲେ ନକ୍ସଲ

ବିଜେଡି ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କଲେ ନକ୍ସଲ

୨୧ ଜଣଙ୍କୁ ମିଥ୍ୟା ମାମଲାରେ ଫସାଇ ନିର୍ଯାତନା ଦିଆଯାଉଛି: ନକ୍ସଲ

ରାୟଗଡା: ଜିଲ୍ଲାରେ ପୁଣି ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ମାରି ନକ୍ସଲମାନେ ଆତଙ୍କ ସୃଷ୍ଟି କରିଛନ୍ତି। ଏଥର ବ୍ୟାନରରେ ବିଜେଡିର ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କରାଯାଇଛି। ଜିଲ୍ଲାର ମୁନିଗୁଡା ବ୍ଲକର ରାମନାକୁପଲି ଛକ ନିକଟରେ ମାଓବାଦୀ ବ୍ୟାନର ମାରିଛନ୍ତି। ଏହି ବ୍ୟାନରରେ କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମର ୨୧ ଜଣ ଗ୍ରାମବାସୀଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଛି। ସେମାନଙ୍କୁ ନିର୍ଯାତନା ଦେବା ସହ ମାଡ ମରାଯାଉଛି। ତୁରନ୍ତ ସେମାନଙ୍କୁ ବିନା ସ୍ବାର୍ଥରେ ଖଲାସ କରାଯାଉ ନଚେତ ବିଜେଡିର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ଘଟଣାରେ କେବଳ ବିଜେଡି ନେତାମାନେ ହିଁ ସାମିଲ ଥିବା କୁହାଯାଇଛି। ତେବେ ଏହି ମାଓ ବ୍ୟାନର ଓ ପୋଷ୍ଟର ବୁଘୁନା ଡିଭିଜନ ପକ୍ଷରୁ ମାରାଯାଇଥିବା ଦେଖିବାକୁ ମିଳିଛି। ତେବେ ବ୍ୟାନର ମରାଯିବା ପରେ ଏହି ଅଂଚଳରେ ଆତଙ୍କ ଖେଳିଯାଇଛି। ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡିଛି। ଏହା ନକ୍ସଲ ମାରିଛନ୍ତି ନା କେହି ବିଜେଡିକୁ ଟାର୍ଗେଟ କରି ମାରିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe