Advertisment

ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

Advertisment

ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Updated On

ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
puri

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ ଭର୍ତ୍ତି କରାଯାଇଛି।

ଏହି ଖବର ପଢ଼ନ୍ତୁ: ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ

ସୂଚନା ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ। ଅନେକ ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇଥିଲା। ପ୍ରଥମେ ୪ ଜଣ ବାନ୍ତି କରିଥିଲେ। ପରେ ଆଉ ୮ ଜଣ ବାନ୍ତି କରିଥିଲେ। ଏହି ସଂଖ୍ୟା ଧୀରେଧୀରେ ୨୧କୁ ବୃଦ୍ଧି ପାଇଥିଲା। ସମସ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟାଳୟର ଶିକ୍ଷକ ଓ ପରିବାର ଲୋକେ ଆଣି ଥିଲେ। 

ଏହି ଖବର ପଢ଼ନ୍ତୁ: ୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଅସାବଧନାତା ଯୋଗୁଁ ବିଭିନ୍ନ ପ୍ରକାରର ଅପ୍ରୀତିକର ଘଟଣା ଦେଖିବାକୁ ମିଳୁଛି। ଅନେକ ସମୟରେ ପିଲମାନେ ମଧ୍ୟହ୍ନ ଭୋଜନ ଖାଇ ଅସୁସ୍ଥ ହେଉଛନ୍ତି। ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀମାନେ ଅଭିଯୋଗ ଆଣୁଛନ୍ତି।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ରିପୋର୍ଟ ଲେଖାଯିବା ବେଳକୁ ୨୧ ଜଣ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡିଛି। ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୮୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ଅନ୍ୟ ପିଲାମାନେ ଭଲ ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ପିଲମାନେ ବାନ୍ତି ହୋଇଥିଲା ସେ ନେଇ ଜଣାପଡ଼ି ନାହିଁ। 

ଏହି ଖବର ପଢ଼ନ୍ତୁ: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଅସୁସ୍ଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe