ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରାଜ୍ୟରେ ପହଞ୍ଚିବେ୨୫ ହଜାର ପ୍ରବାସୀ !

Advertisment

ଓଡ଼ିଶାରେ କାଲି ପହଞ୍ଚିବ ୨୧ଟି ଶ୍ରମିକ ସ୍ୱତନ୍ତ୍ର ଏକ୍ସପ୍ରେସ

ଓଡ଼ିଶାରେ କାଲି ପହଞ୍ଚିବ ୨୧ଟି ଶ୍ରମିକ ସ୍ୱତନ୍ତ୍ର ଏକ୍ସପ୍ରେସ

ଶ୍ରମିକ ଟ୍ରେନ୍‌ରେ ଫେରିଲେଣି ୩ ଲକ୍ଷରୁ ଅଧିକ

Jansatta

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରୁ ଆସନ୍ତାକାଲି (ରବିବାର) ପ୍ରଥମ ଥର ପାଇଁ ଓଡ଼ିଶାକୁ ୨୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିବ । ଏହି ଟ୍ରେନଗୁଡ଼ିକରେ ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏକକାଳୀନ ୨୫ ହଜାର ପ୍ରବାସୀଙ୍କ ଆଗମନକୁ ନେଇ ରାଜ୍ୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି । କାରଣ ସମସ୍ତଙ୍କୁ ଟ୍ରେନରୁ ନେଇ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରଖିବା ଗୁରୁତ୍ବପୂର୍ଣ୍ଣ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଗୋଟିଏ ଦିନରେ ଓଡ଼ିଶାକୁ ପୂର୍ବରୁ ଏତେ ସଂଖ୍ୟାରେ ପ୍ରବାସୀମାନେ ଆସି ନଥିଲେ। ତେଣୁ ଏହି ଶ୍ରମିକମାନେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ପହଞ୍ଚାଇବା ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ପୂର୍ବରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଆସିଥିବା ବାହାର ଫେରନ୍ତାମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ପ୍ରମାଣ ରହିଛି । ଗତ ୯ ତାରିଖରେ ସମ୍ବଲପୁର ଦିଗରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଅନୁଗୁଳ ଷ୍ଟେସନ ଅତିକ୍ରମ କରିବା ପରେ ପ୍ରବାସୀମାନେ ଟ୍ରେନର ଚେନ ଟାଣି ପ୍ରାୟ ୨୫ ଜଣ ଫେରାର ହୋଇଯାଇଥିଲେ । ପରେ କିଛି ଯୁବକ ସ୍ଥାନୀୟ ଲୋକଙ୍କର ଦ୍ୱାରା ଧରାପଡ଼ିଥିଲେ ।

publive-image Image Source: Zee Business

ଆସନ୍ତାକାଲି ଓଡ଼ିଶାକୁ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିବ । ଏଥିରୁ ଗୋଟିଏ ଟ୍ରେନ ବଲାଙ୍ଗୀର ଯିବାକୁ ଥିବା ବେଳେ ଅନ୍ୟଟି ଭଦ୍ରକ ଷ୍ଟେସନରେ ଅଟକିବ । ସେହିପରି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ୫ଟି ଟ୍ରେନ ଆସିବ । ଏଗୁଡ଼ିକ କଟକ, ବାଲେଶ୍ୱର, ଖୋର୍ଦ୍ଧା ରୋଡ, ଭଦ୍ରକ ଓ ନୂଆପଡ଼ା ରୋଡରେ ପହଞ୍ଚିବ । ସେହିପରି ତେଲେଙ୍ଗାନାର କାଜିପେଟ ଠାରୁ ଓଡ଼ିଶାକୁ ୩ଟି ଟ୍ରେନ ଆସିବ, ଏଗୁଡ଼ିକ ବଲାଙ୍ଗୀର, ଅନୁଗୁଳ ଓ ନୂଆପଡ଼ା ରୋଡରେ ଅଟକିବ । ମେହବୁବନଗରରୁ ଆସିଥିବା ଟ୍ରେନ ନୂଆପଡ଼ାରୋଡରେ ପହଞ୍ଚିବ ।

ବେଙ୍ଗାଲୁରୁ ଏକ ଟ୍ରେନ ଭୁବନେଶ୍ୱର ଆସିବ । ସୁରତରୁ ଗଂଜାମ ଜିଲ୍ଲାର ଜଗନ୍ନାଥପୁର, ପୁନେରୁ ବାଲେଶ୍ୱର, ମହାରାଷ୍ଟ୍ରର ଭସାଇରୋଡରୁ ଖୋର୍ଦ୍ଧାରୋଡ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବଲାଙ୍ଗୀର, ମହାରାଷ୍ଟ୍ରର ବୋରିଭାଲିରୁ ଗଂଜାମ, ଗୁଜୁରାଟର ଗାନ୍ଧିଧାମରୁ କଟକ ଜିଲ୍ଲାର ନିର୍ଗୁଣ୍ଡି, ଗୋଆର କର୍ମାଲିରୁ ଭବାନୀପାଟଣା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe