ସାଲେଭଟା ସ୍କୁଲ ହଷ୍ଟେଲରେ ଅଘଟଣ; ରାତ୍ର ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ସାଲେଭଟା ସ୍କୁଲ ହଷ୍ଟେଲରେ ଅଘଟଣ; ରାତ୍ର ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସାଲେଭଟା ଗାଁସ୍ଥିତ ପ୍ରାଥମିକ ବିଦ୍ୟାଳୟ ଆବାସିକ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ରାତ୍ରଭୋଜନ ଖାଇ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ସୂଚନାମତେ, ଉକ୍ତ ଅଞ୍ଚଳର ଗରିବ ଶ୍ରେଣୀର ପରିବାର ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାରୁ ସେମାନଙ୍କ ପୁଅଝିଅଙ୍କୁ ଶିକ୍ଷାଦାନ କରିବାକୁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି। ରହିବା ଖାଇବା ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ଏଠାରେ ୪୪ ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ଏହି କ୍ରମରେ ମଙ୍ଗଳବାର ରାତିରେ ଛାତ୍ରଛାତ୍ରୀଙ୍କୁ ଭାତ ସହ ଅଣ୍ତା ତରକାରି ଖାଇବାକୁ ଦିଆଯାଇଥିଲା। ଏହାର କିଛି ସମୟ ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ପ୍ରଧାନଶିକ୍ଷକ ହଲଧର ଶବର ସ୍ଥାନୀୟ ସିଆର୍‌ସିସି ଗୌର ରଣାଙ୍କୁ ସୂଚନା ଦେଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋମନା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ୧୫ ଜଣ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ବର୍ତ୍ତମାନ ମଧ୍ୟ କିଛି ଛାତ୍ରଛାତ୍ରୀ ରାମଜୀ ଶବର (୯), ଝସକେତନ ଶବର (୧୧), ଦିଲେଶ୍ଵରୀ ଶବର (୯), ଦୀପାଞ୍ଜଳି ଶବର (୧୩), ରୋଜି ଶବର (୮), ଜସମିନ ଶବର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe