ରାୟଗଡ଼ା: ୨୧ ସ୍ବାବ ରିପୋର୍ଟ ନେଗେଟିଭ୍

Advertisment
ଦେଶରେ କରୋନା ଟେଷ୍ଟିଂ ୨ ମାସରେ ୧୦୦ ଗୁଣ

eenews.india.com

ରାୟଗଡ଼ା: ତୃତୀୟ ପର୍ଯ୍ୟାୟରେ ପରୀକ୍ଷଣ ପାଇଁ ଭୁବନେଶ୍ବର ଆରଏମଆରସିକୁ ଯାଇଥିବା ୨୧ ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଛି। ସ୍ବାସ୍ଥ୍ୟ ବିଭାଗର ଏହି ରିପୋର୍ଟ ପରେ ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲାବାସୀ ଆଶ୍ବସ୍ତ ହୋଇଛନ୍ତି। ଗୃହାବଦ୍ଧରେ ଥିବା ସମସ୍ତଙ୍କ ଉପରେ ରାପିଡ୍ ରେସପନସ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଥିବା ବେଳେ ସନ୍ଦେହ ହେଲେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ। ଚତୁର୍ଥ ପର୍ଯ୍ୟାୟରେ ପରୀକ୍ଷଣ ପାଇଁ ୧୮ଟି ସ୍ବାବ ସଂଗ୍ରହ ହୋଇଥିବା ବେଳେ ଭୁବନେଶ୍ବର ୪୮ ଘଣ୍ଟିଆ ସଟ୍ ଡାଉନ୍ ଥିବାରୁ ତାହା ପରୀକ୍ଷଣ ପାଇଁ ଯାଇ ପାରିନି। ସୋମବାର ସକାଳେ ଏକ ସ୍ବତନ୍ତ୍ର ଟିମ୍ ସ୍ବାବ ନେଇ ଭୁବନେଶ୍ବର ଅଭିମୁଖେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe