ମାଲକାନଗିରିରେ ଡେଙ୍ଗୁ ଅଣାୟତ୍ତ, ୮ ମାସରେ ୨୧୦ ଜଣ ପଜିଟିଭ୍‌ ଚିହ୍ନଟ

Advertisment
ମାଲକାନଗିରିରେ ଡେଙ୍ଗୁ ଅଣାୟତ୍ତ, ୮ ମାସରେ ୨୧୦ ଜଣ ପଜିଟିଭ୍‌ ଚିହ୍ନଟ

ମାଲକାନଗିରି: ଜିଲ୍ଲାରେ ଏବେ ଡେଙ୍ଗୁ ଆତଙ୍କ।ପ୍ରତ୍ୟେକ ମାସ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗୁ ଏବେ ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ବିଭାଗ କହୁଛି ସବୁ ଠିକ ଚାଲିଛି। ଭୟ କରିବାର କିଛି ନାହିଁ। ଗତ ଜୁଲାଇ ମାସରେ ୩୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ମାସରେ ୬୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରିର ଚଳିତ ମାସର ୧୦ ଦିନରେ ୩୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ଗତ ୮ ମାସ ମଧ୍ୟରେ ୨୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି।

ମାଲକାନଗିରି ସଦର ମହକୁମାରେ ଡେଙ୍ଗୁଙ୍କ ପାଇଁ ଆଇସୋଲେସନ ୱାର୍ଡ କରାଯାଇଥିବା ବେଳେ ବେଡ୍ ଠାରୁ ଅଧିକ ରୋଗୀ ଥିବାରୁ ରୋଗୀ ତଳେ ଶୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଚିତ୍ରକୋଣ୍ଡା ସହର ଓ ମାଲକାନଗିରି ସହରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି, ଯେଉଁଥିପାଇଁ ଲୋକଙ୍କ ମନରେ ଭୟ ଜାତ ହୋଇଛି। ହଠାତ୍ ଡେଙ୍ଗୁ ରୋଗୀଙ୍କ ପେଟଲେଟ କମୁଥିବାରୁ ଅଧିକାଂଶ ରୋଗୀ କୋରାପୁଟକୁ ସ୍ଥାନାନ୍ତରିତ କରାଯାଉଛି।

publive-image

ବ୍ଲକୱାରୀ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦେଖିବା ତେବେ ଆଜି ସୁଦ୍ଧା ମାଲକାନଗିରି ପୌର ପରିଷଦରେ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଆଞ୍ଚଳିକରେ ୪ ଜଣ, ଚିତ୍ରକୋଣ୍ଡା ସହରରେ ୬୩ ଜଣ ଏବଂ ଚିତ୍ରକୋଣ୍ଡା ଅଂଚଳରେ ୧୦ ଜଣ, ବାଲିମେଳା ଏନଏସିରେ ୨୬ ଜଣ, ସିଏଚସି ପାଣ୍ଡ୍ରିପାଣିରେ ୫ ଜଣ, ସିଏଚସି କୋରକୋଣ୍ଡାରେ ୨୩ ଜଣ, ସିଏଚସି କାଲିମେଳାରେ ୨୧ ଜଣ, ସିଏଚସି ମାଥିଲିରେ ୩ ଜଣ, ପଡ଼ିଆରେ ଜଣେ, ସିଏଚସି କୁଡୁମୁଲୁଗୁମ୍ମାରେ ୭ ଜଣ ଏବଂ ସୁକମାରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ବିଶେଷକରି ମାଲକାନଗିରି ପୌର ପରିଷଦରେ ନାଳଗୁଡିକ ସଫା ନହେବା ଏବଂ ପାଣି ପଚ ପଚ ହୋଇ ରହିବା ଯୋଗୁଁ ସହରରେ ବେଶୀ ରୋଗୀ ଚିହ୍ନଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe