୪ ଦେଶୀ ମଦ ବେପାରି ଗିରଫ, ୨୧୪ ଲିଟର ଦେଶୀ ମଦ-ସ୍କୁଟି ଜବତ

Advertisment
୪ ଦେଶୀ ମଦ ବେପାରି ଗିରଫ, ୨୧୪ ଲିଟର ଦେଶୀ ମଦ-ସ୍କୁଟି ଜବତ

ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେ‌‌ଉଛନ୍ତି ରାଉରକେଲାର ରେଲୱେ କଲୋନି ଇନ୍ଦିରାନଗରର ମହମ୍ମଦ ଅମୀର, ସେକ୍ଟର-୭ର ଅଜୟ ମହାନନ୍ଦ, ବ୍ରାହ୍ମଣୀତରଙ୍ଗର ସାଉନ୍ଦି ଲାକ୍ରା ଓ ତରିଆ ଖେସ୍‌। ଅଭିଯୁକ୍ତମାନଙ୍କଠାରୁ ୨୧୪ ଲିଟର ଦେଶୀ ମଦ ଓ ମଦ ଚୋରାଚାଲାଣରେ ବ୍ୟବହୃତ ଏକ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ପ୍ରକାଶଥାଉକି, ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ବିକ୍ରି କରାଯାଉଥିନା ନେଇ ଆଜି ଅବକାରୀ ବିଭାଗ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe