ବିଧାନସଭା ହାଲ୍‌ଚାଲ୍‌: ରାଜ୍ୟରେ ବର୍ଷକରେ ୨୧୬୭ ଘରପୋଡିଛି, ଗଂଜାମ ଜିଲ୍ଲାରେ ସର୍ବାଧିକ ୨୭୮

ବିଧାନସଭା ହାଲ୍‌ଚାଲ୍‌: ରାଜ୍ୟରେ ବର୍ଷକରେ ୨୧୬୭ ଘରପୋଡିଛି, ଗଂଜାମ ଜିଲ୍ଲାରେ ସର୍ବାଧିକ ୨୭୮

ଭୁବନେଶ୍ବର: ରାଜ୍ୟରେ ୨୦୨୧-୨୨ ବର୍ଷରେ ୨୧୬୭ ଘରପୋଡି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭୮ ଘର ପୋଡ଼ି ହୋଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ଘର ପୋଡ଼ି ନାହିଁ। ପାଳଲହଡ଼ା ବିଧାୟକ ମୁକେଶ ପାଲଙ୍କ ପ୍ରଶ୍ନରେ ଗୁରୁବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଉତ୍ତର ରଖିଛନ୍ତି। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ବିପର୍ଯ୍ୟୟ ପାଣ୍ଠିର ସର୍ତ୍ତ ଓ ନିୟମାବଳି ଅନୁଯାୟୀ ସଂପୂର୍ଣ୍ଣ ପୋଡ଼ିଯାଇଥିବା ଘର ପାଇଁ ପରିବାର ପିଛା ୯୫,୧୦୦ ଟଙ୍କା, ବାସନକୁସନ ଓ ଲୁଗାପଟା ପାଇଁ ଯଥାକ୍ରମେ ୨୦୦୦ ଓ ୧୮୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏତଦ୍‌ ବ୍ୟତୀତ ଘରପୋଡ଼ି ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ ବାସଗୃହ ପାଇଁ ପଲିଥିନ୍‌ ଏବଂ ସାମୟିକ ଭାବେ ରନ୍ଧା ଓ ସୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ ୨୦୨୧-୨୨ରେ ଅନୁଗୁଳରେ ୯୩ଟି ଓ ବଲାଙ୍ଗୀରରେ ୧୨ଟି ଘର ପୋଡ଼ିଛି। ବାଲେଶ୍ବରରେ ୧୨୪, ବରଗଡ଼ରେ ୯, ଭଦ୍ରକରେ ୫୭, ବୌଦ୍ଧରେ ୨୭, କଟକରେ ୨୦୩, ଦେବଗଡ଼ରେ ୯, ଢେଙ୍କାନାଳରେ ୧୩୯, ଗଜପତିରେ ୨୪, ଜଗତସିଂହପୁରରେ ୧୩୯, ଯାଜପୁରରେ ୨୫୨, କଳାହାଣ୍ଡିରେ ୨, କନ୍ଧମାଳରେ ୩୮, କେନ୍ଦ୍ରାପଡ଼ାରେ ୨୧୦, କେନ୍ଦୁଝରରେ ୮୦, ଖୋର୍ଦ୍ଧାରେ ୨୮, କୋରାପୁଟରେ ୧୫, ମାଲକାନଗିରିରେ ୧୯, ମୟୂରଭଂଜରେ ୮୬, ନବରଗଂପୁରରେ ୩୬, ନୟାଗଡ଼ରେ ୪୯, ପୁରୀରେ ୧୮୫, ରାୟଗଡ଼ାରେ ୨୧ ଓ ସମ୍ବଲପୁରରେ ୩୨ଟି ଘର ପୋଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe