ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ସମେତ ୨୨ ଗିରଫ

Advertisment
ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ସମେତ ୨୨ ଗିରଫ

ଭୁବନେଶ୍ବର : ଲୋୟର୍‌ ପିଏମ୍‌ଜରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ବେଳେ ହିଂସା ଘଟାଇବାକୁ ନେଇ କ୍ୟାପିଟାଲ୍‌ ଥାନା ପୁଲିସ ମାମଲା ରୁଜୁ କରିଛି। ଯୁବମୋର୍ଚ୍ଚା ସଭାପତି ଇରାସିସ୍‌ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ବାଧା ଦେବା, ଆକ୍ରମଣ କରିବା, ହତ୍ୟା ଉଦ୍ୟମ, ଜୀବନରୁ ମାରିବାକୁ ଧମକ ଦେବା, ହିଂସା ଘଟାଇବା, ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଭଳି ସଂଗିନ ଦଫା ଲଗାଇଛି। କ୍ୟାପିଟାଲ୍‌ ଥାନା ପୁଲିସ କେସ୍‌ ନଂ-୧୩୫ରେ ଆଇପିସି ଦଫା, ୧୪୭, ୨୯୪,୩୫୩, ୩୨୩, ୩୩୨, ୩୨୫, ୩୦୭, ୫୦୬, ୧୪୮, ୧୪୯, ୨୨୪, ୩୩୩, ଅପରାଧ ଆଇନ ଧାରା ୭ ଦଫା ଲଗାଇଛି।‌ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe