ଗହୀରମଥାରୁ ୪ ଟ୍ରଲର୍‌ ଜବତ : ୨୨ ମତ୍ସ୍ୟଜୀବୀ ଗିରଫ

Advertisment
ଗହୀରମଥାରୁ ୪ ଟ୍ରଲର୍‌ ଜବତ : ୨୨ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରୁ ଆଜି ପୁଣିଥରେ ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନେ ବେଆଇନ୍‌ ଭାବେ ମାଛ ମାରୁଥିବା ସମୟରେ ବନବିଭାଗର ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିଥିଲା। ସେମାନଙ୍କଠାରୁ ୪ ଟି ଟ୍ରଲର୍‌ ଜବତ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ନିକଟରେ ତାଳଚୁୁଆ ଅଂଚଳର ମା’ ମହାମାୟା-୨ ଓ ଭଦ୍ରକ ଅଂଚଳର ଯୋଗେଶ୍ୱରୀ, ବିମଳା, ଆଲୋକଜ୍ୟୋତି ନାମକ ୪ଟି ଟ୍ରଲର ଗଭୀର ସୁମଦ୍ରରେ ବେଆଇନ୍‌ ଭାବେ ମାଛ ମାରୁଥିଲେ। ଗହୀରମଥା ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଚଢ଼ାଉ କରିବା ସହିତ ଏହି ୪ଟି ଟ୍ରଲର୍‌କୁ ଜବତ କରିଥିଲେ। ଟ୍ରଲର୍‌ରେ ଥିବା ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲେ।

ସେମାନେ ହେଲେ, ତାଳଚୁଆ ଅଞ୍ଚଳର ବ୍ରଜେନ୍ଦ୍ର ପାତ୍ର, ଶୁଭେନ୍ଦୁ କୁମାର ବେଜ, ସପନା ଜାନା, ଗୌତମ ସାହୁ, ଶ୍ରୀକୃଷ୍ଣ ମଣ୍ଡଳ, ମାଧବ ଖଣ୍ଡା ଏବଂ ଭଦ୍ରକ ଅଂଚଳର ଗୋଲକ ମଳିକ, ଅନିରୁୁଦ୍ଧ ମଲ୍ଲିକ, କାଳିଆ ମଲ୍ଲିକ, ମଣ୍ଟୁ ମଲ୍ଲିକ, ହରେନ୍ଦ୍ର ମଲ୍ଲିକ, ଅକ୍ଷୟ ମାଝି, ରମେଶ ଚନ୍ଦ୍ର ମାଝି, ବସନ୍ତ ମାଝି, ଶଶିକାନ୍ତ ମାଝି, ସୁବାସ ପରିଡା, ବିଦ୍ୟାଧର ଧଳ, ଦୀପକ କୁମାର ମାଝି, ପ୍ରଭାକର ମାଝି, ବୃନ୍ଦାବନ ଖଟୁୁଆ, ବିଳାସ ମଲ୍ଲିକ ଓ ଅନିରୁୁଦ୍ଧ ମଲ୍ଲିକ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ଏଥିସହିତ, ୪ଟି ଟ୍ରଲରରୁ ୨୨ କ୍ୟୁଣ୍ଟାଲ ମାଛ ସହିତ ୪ଟି ଭି.ଏଚ୍‌.ପି, ୪ଟି ଫିସ୍‌ ଫାଇଣ୍ଡର , ୪ଟି ଜି.ପି.ଏସ୍‌. ଏବଂ ୨୨ଟି ଟ୍ରଲିଙ୍ଗ୍‌ ନେଟ୍‌ ଜବତ କରାଯାଇଛି। ଫରେଷ୍ଟର ଅଭିରାମ ତରାଇ, ବିଭୂତି ତରେଇ, ତ୍ରିଦୀପ ପ୍ରଧାନ ପ୍ରମୁଖ ପାଟ୍ରୋଲିଂ ଟିମ୍‌ରେ ସାମିଲ୍‌ ହୋଇଥିଲେ।

ପ୍ରକାଶଥାଉକି, ଏହାପୂର୍ବରୁ ବନ ବିଭାଗ ବେଆଇନ୍‌ ଭାବେ ମାଛ ମାରୁଥିବା ବହୁ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe