ପାରାଦୀପରେ ବାଂଲାଦେଶୀ ବୋଟ୍‌ ସହ ୨୨ ମତ୍ସ୍ୟଜୀବୀ ଉଦ୍ଧା‌ର

Advertisment
ପାରାଦୀପରେ ବାଂଲାଦେଶୀ ବୋଟ୍‌ ସହ ୨୨ ମତ୍ସ୍ୟଜୀବୀ ଉଦ୍ଧା‌ର

ଜଗତସିଂହପୁର : ଗଭୀର ସମୁଦ୍ରରେ ବାଂଲାଦେଶରୁ ମାଛ ଧରିବାକୁ ଆସଥିବା ଏକ ବାଂଲାଦେଶୀ ବୋଟ୍‌ ସହିତ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରି ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଆଣିବା ପରେ ମେରାଇନ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଚଳିତମାସ ୭ ତାରିଖରେ ମାଛ ଧରିବାକୁ ସେମାନେ ସମୁଦ୍ରକୁ ଆସିଥିଲେ। ୧୧ ତାରିଖରେ ହଠାତ୍‌ ସେମାନଙ୍କ ବୋଟ୍‌ର ଇଞ୍ଜିନ୍‌ ଖରାପ ହୋଇଯାଇଥିଲା। ପରେ ବୋଟ ମାଲିକଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇ ପାରି ନଥିଲା। ପାଖରେ ଯାହା ଖାଦ୍ୟ ସାମଗ୍ରୀ ଥିଲା ତାହା ସମାପ୍ତ ହୋଇ ଯାଇଥିଲା। ବୋଟ୍‌ଟି ଭାସିଭାସି ଆସି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ସେମାନେ ୮ ଦିନ ଉପବାସ ରହିବା ପରେ ପାରାଦୀପର ମତ୍ସ୍ୟଜୀବୀମାନେ ସେମାନଙ୍କୁ ଦେଖି ଉଦ୍ଧାର କରିବା ସହିତ ପାରାଦୀପ ମାଛଧରା ବନ୍ଦରକୁ ଆଣିଥିଲେ। ପରେ ନେହରୁ ବଙ୍ଗଳା ମେରାଇନ୍‌ ଥାନାକୁ ଆଣିବା ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମେରାଇନ ଥାନା ଅଧିକାରୀ, ମତ୍ସ୍ୟ ବିଭାଗ, ଇଣ୍ତିଆନ୍‌ କୋଷ୍ଟଗାର୍ଡ ଅଧିକାରୀମାନେ ଉଦ୍ଧାର ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe