ଧନୁଯାତ୍ରା ପ୍ରସ୍ତୁତି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେବେ ୨୨ଟି ଦଳ

Advertisment
ଧନୁଯାତ୍ରା ପ୍ରସ୍ତୁତି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେବେ ୨୨ଟି ଦଳ

videogram.com

ବରଗଡ଼ : ଧନୁଯାତ୍ରାର ପ୍ରଚାରପ୍ରସାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ଡିଆଇପିଆର୍‌ଓ କଲ୍ୟାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ନିଷ୍ପତ୍ତି ହୋଇଛି। ଡିସେମ୍ବର ୨୭ ତାରିଖ ଉଦ୍‌ଘାଟନୀ ସଂଧ୍ୟା ପୂର୍ବରୁ ସାଂସ୍କୃତିକ ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାର ୨୨ଟି ସାଂସ୍କୃତିକ ଦଳ ଭାଗ ନେବେ। ବିଭିନ୍ନ ବ୍ଳକ୍‌ରେ ହୋଡିଂ ତଥା ବ୍ୟାନର ପୋଷ୍ଟର ଲଗାଯିବା ନେଇ ଗୁରୁତ୍ୱ ଦିଆଯାଇଥିଲା।

୨୫ ତାରିଖରେ ଧନୁଯାତ୍ରା ବିଷୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ସହ ଏହି ଦିନ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଡିସେମ୍ବର ୩ ତାରିଖରେ ଧନୁଯାତ୍ରା ଓ ନାଟ୍ୟ ପରମ୍ପରା ଉପରେ ସଂପାନ କରିବାକୁ ଏକ ସଂପାନ ଅନୁଷ୍ଠିତ ହେବ। ବୈଠକରେ ରବିନାରାୟଣ ପଣ୍ଡା, ପ୍ରେମାନନ୍ଦ ଖମାରୀ, ବଦ୍ରିପ୍ରସାଦ ସାହୁ, ଆଶୁତୋଷ ରଥ, ସରୋଜ ଷଡ଼ଙ୍ଗୀ, ଏମ୍‌ଡି ନିଜାମଙ୍କ ସମେତ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe