ପୁରୀ-ଖୋର୍ଦ୍ଧାରେ କାର୍ଯ୍ୟକ୍ଷମ ହେଲା ୨୨୦ ଏଟିଏମ୍‌

ପୁରୀ-ଖୋର୍ଦ୍ଧାରେ କାର୍ଯ୍ୟକ୍ଷମ ହେଲା ୨୨୦ ଏଟିଏମ୍‌

Hindustan Times

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଦୀର୍ଘ ୫ ଦିନ ବ୍ୟାଙ୍କିଙ୍ଗ୍‌ ସେବା ଠପ୍‌ ହେବା ପରେ ଗୁରୁବାର ଠାରୁ ପୁଣି ଥରେ ଏହା ଆରମ୍ଭ ହୋଇ ଯାଇଛି। ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୨୨୦ଟି ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି। ପୁରୀରେ ୨୭୩ ଏଟିଏମ୍‌ ମଧ୍ୟରୁ ୨୦ଟି କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୧୧୬୪ ଏଟିଏମ୍‌ ୨୦୦ଟି କାର୍ଯ୍ୟକ୍ଷମ ହୋଇପାରିଛି।

ବାତ୍ୟାର ୬ ଦିନ ପରେ କେବଳ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୪୩୨ଟି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ୭୦୭ଟି ବ୍ୟାଙ୍କ ଶାଖା ରହିଛି ଏବଂ ସେଥିରୁ ଏବେ ସୁଦ୍ଧା ୩୭୨ଟି ବ୍ୟାଙ୍କ ବ୍ରାଞ୍ଚ କାମ କରୁଛି। ସେହିପରି ପୁରୀ ଜିଲ୍ଲାରେ ୨୩୯ଟି ବ୍ୟାଙ୍କ ଶାଖା ମଧ୍ୟରୁ ୬୦ଟି କାର୍ଯ୍ୟକ୍ଷମ ହୋଇ ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe