ଟାଟା ଇଲେକ୍ଟ୍ରୋନିକ୍ସରେ ନିଯୁକ୍ତ ୨୨୦ ଛାତ୍ରୀଙ୍କ  ହୋସୁର ଗସ୍ତ

Advertisment
ଟାଟା ଇଲେକ୍ଟ୍ରୋନିକ୍ସରେ ନିଯୁକ୍ତ ୨୨୦ ଛାତ୍ରୀଙ୍କ  ହୋସୁର ଗସ୍ତ

ଭବାନୀପାଟଣା: ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଛାତ୍ରୀ ତାମିଲନାଡୁ ଜିଲ୍ଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଜି ସକାଳେ ଉପସ୍ଥିତ ରହି ଛାତ୍ରୀଙ୍କୁ ନେଇ ଯାଉଥିବା ୫ଟି ବସ୍‌କୁ ପତାକା ଦେଖାଇ ଗଡ଼ାଇ ଥିଲେ। ପ୍ରଥମେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଡିଓଙ୍କ ତତ୍ତ୍ୱାବଧାନରେ ଛାତ୍ରୀମାନେ ଭବାନୀପାଟଣା ସହରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପହଞ୍ଚିଥିଲେ।

ବସ୍‌ରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ଉଡ଼ାଯାହାଜରେ ବାଙ୍ଗାଲୋର ଯାଇ ହୋସୁରରେ ପହଞ୍ଚିବେ। ଛାତ୍ରୀଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଜିଲ୍ଲା ନିୟୋଜନ ସଂସ୍ଥାରୁ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ କର୍ମଚାରୀ ଦୁଇ ଦିନ ହୋସୁରରେ ଅବସ୍ଥାନ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡିପିଏମ୍‌ ଅବନୀ ମହାପାତ୍ର ଓ ଓଏଲଏମ ଜିଲ୍ଲା ସଂଯୋଜକ ସୁଶାନ୍ତ ମିଶ୍ର, ଏପିଡି ବିମ୍ବାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe