Odisha-Police
ଭୁବନେଶ୍ବର: ଦୀର୍ଘ ଦିନ ଧରି ନିଖୋଜ ଥିବା ୨୨୩୧ ଜଣ ବ୍ୟକ୍ତି ନିଜ ଘରକୁ ଫେରିଛନ୍ତି। ଏଥିରେ ୧୫୩୬ ଜଣ ମହିଳା, ୩୯୦ ଜଣ ପୁରୁଷ, ୨୭୨ ନାବାଳକ ଓ ୩୩ ଜଣ ନାବାଳିକା ଥିବା ଜଣାଯାଇଛି।
ଓଡ଼ିଶା ପୁଲିସର ଦଶ ଦିନର ସଫଳ ଡ୍ରାଇଭ୍ ପରେ ସେମାନଙ୍କୁ ପରିବାର ପାଖକୁ ଫେରାଇ ଅଣାଯାଇଛି। ନିଖୋଜ ବ୍ୟକ୍ତିମାନଙ୍କୁ ଚିହ୍ନିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ସେପ୍ଟେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।
Follow Us